କୋଳଥ ଡାଲି ପିଇଲେ ରାଷ୍ଟ୍ରପତି, ପ୍ରସ୍ତୁତ ହୋଇଥିଲା ୨୦ ପ୍ରକାର ବ୍ୟଞ୍ଜନ
ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ହେବେ ସାମିଲ । NRIଙ୍କୁ କରିବେ ସମ୍ବୋଧନ ।
ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମେଳନର ଉଦଯାପନୀ ଉତ୍ସବରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ଜନତା ମୈଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଆତିଥ୍ୟ ପାଇଁ ରାଜ୍ୟସରକାର ତତ୍ପର ରହିଥିବାବେଳେ ତାଙ୍କ ପାଇଁ ଭଳି କି ଭଳି ବ୍ୟଞ୍ଜନ ପରସା ଯାଇଥିଲା ।
ଷ୍ଟାଟରରେ ରାଷ୍ଟ୍ରପତିଙ୍କ ପାଇଁ ଜୁଆଣି ପନିର ଟିକା, ବେବି କର୍ନ ସଲ୍ଟ ଆଣ୍ଡ ପେପର ସାଙ୍ଗକୁ ସୁପରେ କୋଳଥ ଡାଲି, ପାଳଙ୍ଗ ସୁପ୍ ଖାଇଲେ ରାଷ୍ଟ୍ରପତି ।
ସାଲାଡରେ ଗ୍ରୀନ୍ ସାଲାଡ ଏବଂ କର୍ନ ପିଜ୍ ସାଲାଡୟ ମେନ୍ୟୁରେ ରଖାଯାଇଥିଲା । ଏହାସହ ଟମାଟୋ ଖଜୁରୀ ଖଟା ଏବଂ ପାମ୍ପଡ଼ ।
ମେନ୍ କୋର୍ସରେ ରାଷ୍ଟ୍ରପତିଙ୍କ ପାଇଁ ଭେଣ୍ଡି ଜଭା, ଛତୁବେସର, ବୁଟଡାଲି ଲାଉ ତରକାରୀ, ଲଚ୍ଛା ପନିର ମସଲା, ଜନ୍ମି ଆଳୁ ପୋସ୍ତୋ, ଡାଲମା, ଖେଚୁଡ଼ି, ଘିଅ ଅନ୍ନ ଖାଇଥିଲେ ।
ଡେଜର୍ଟରେ ମହାମହିମଙ୍କ ପାଇଁ ଗୁଡ଼ ସନ୍ଦେଶ, ବେକ୍ଡ ରସୋଗଲା, କଟା ଫଳ ଖାଇବାକୁ ଦିଆଯାଇଥିଲା ।
କିଛି ସମୟ ଭିତରେ ମହାମହିମ ପ୍ରବାସୀ ଭାରତୀୟ ସମ୍ମେଳନ ଉଦଯାପନୀ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
୮ ତାରିଖରୁ ପ୍ରବାସୀ ଭାରତୀୟ ସମ୍ମେଳନ ଭୁବନେଶ୍ୱରର ଜନତା ମୌଦାନରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମ ୩ ଦିନ ଚାଲିଥିଲାବେଳେ ଆଜି କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା ।