Breaking: ବିଶାଲ ଏବଂ ସହଯୋଗୀଙ୍କୁ ଛାଡ଼ିଲା ପୋଲିସ, ସରପଞ୍ଚଙ୍କ ନିଖୋଜ ଅଭିଯୋଗକ୍ରମେ ଅଟକ ଥିଲେ

ରାୟପୁର: ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ଭାଇ ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ । ବିଶାଲଙ୍କ ସମେତ ୧୪ ଜଣଙ୍କୁ ଛାଡ଼ିଲା ପୋଲିସ । ବିଏନଏସ୍ ୩୫-ବିରେ ନୋଟିସ କରି ପୋଲିସ ଛାଡ଼ିଥିବା ସୂଚନା । ଏବେ ସରେଇପାଲି ଥାନାରୁ ବାହାରିଲେ ବିଶାଲ ଓ ତାଙ୍କ ସହଯୋଗୀ ।

ବିଏନଏସ୍ ଧାରା (୪)ଓ ୧୯୧ (୨)ରେ ମାମଲା ହୋଇଛି ।

କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ସାଢେ଼ ୧୦ଟା ରେ ସ୍ଵତନ୍ତ୍ର ଭୋଟିଂ ଥିଲା । ଅଜ୍ଞାତବାସରେ ଥିବା ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଜେଡି ନେତା ବିଶାଲ ଦାସଙ୍କୁ ରାତି ୨ଟାରୁ ଛତିଶଗଡ଼ର ମହାସମୁଦ ପୁଲିସ ଥାନାରେ ଅଟକ ରଖିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ।

ଭିଡିଓରେ ବିଶାଲ ଗଣତନ୍ତ୍ରର ହତ୍ୟା କରା ନ ଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ପୁଲିସ ପକ୍ଷରୁ କୁହାଯାଇଥିଲା ଯେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପରିବାରମାନେ ମିସିଂ ନେଇ ଅଭିଯୋଗ କରିଛନ୍ତି। ଏଣୁ ଏହାର କାର୍ୟ୍ୟାନୁଷ୍ଠାନସ୍ବରୂପ ଏଭଳି ପଦକ୍ଷେପ ନିଆଯାଇଛି।