ଯୌତୁକ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ, ପେଟରେ ବଳି ପଡ଼ିଲା ୪ ମାସର ଶିଶୁ
ବିବାହର ୧୦ ମାସ ପରେ ଭାଙ୍ଗିଗଲା ରଚନାଙ୍କ ସ୍ୱପ୍ନ । ଯୌତୁକ ଲୋଭରେ ସ୍ତ୍ରୀ ସହ ୪ ମାସର ଅଜନ୍ମିତ ଶିଶୁକୁ ହତ୍ୟା କଲା ସ୍ୱାମୀ ।
କୋରାପୁଟ: ସୁଖର ସଂସାର ଗଢ଼ିବା ପୂର୍ବରୁ ଉଜୁଡ଼ିଗଲା ସ୍ୱପ୍ନ । ଯୌତୁକ ଲୋଭୀ ସ୍ତ୍ରୀ ସହ ପେଟରେ ବଢ଼ୁଥିବା ୪ ମାସର ଶିଶୁକୁ ମଧ୍ୟ ହତ୍ୟା କରିଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିିଛି କୋରାପୁଟ ଜିଲ୍ଳା ସେମିଳିଗୁଡ଼ାରେ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜାଣନ୍ତୁ ମାମଲା: ୨୦୨୪ ମସିହା ମାର୍ଚ୍ଚ ୬ରେ ରଚନା ସାହୁ ସେମିଳିଗୁଡ଼ା ବ୍ଲକ୍ ବେହେରାଗୁଡ଼ାର ଅନୀଲ ଚୈଧୁରୀଙ୍କୁ ବିବାହ କରିଥିଲେ । ବିବାହକୁ ପୁରିଥିଲା ମାତ୍ର ୧୦ ମାସ । କିନ୍ତୁ ଓଠରୁ ଲିଭିଗଲା ହସ ।
ସାମାନ୍ୟ କିଛି ଟଙ୍କା ପାଇଁ ବାରମ୍ବାର ନବ ବିବାହିତା ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ ଅନୀଲ ।
ନିଜ ଇଚ୍ଛା ପୂରଣ କରିବା ପାଇଁ ଅନୀଲ ବାରମ୍ବାର ପତ୍ନୀଙ୍କୁ ବାପ ଘରୁ ଟଙ୍କା ଆଣିବା ପାଇଁ ବାଧ୍ୟ କରୁଥିଲେ । ମନା କରିବାରୁ ମିଳୁଥିଲା କେବଳ ବିଧା ପାହାର ।
ପେଟରେ ବଢ଼ୁଥିଲା ୪ ମାସର ଶିଶୁ: ମାଆ ହେବାର ସ୍ୱପ୍ନ ଦେଖୁଥିଲେ ରଚନା । ପେଟରେ ବଢ଼ୁଥିବା ୪ ମାସର ଶିଶୁ ସହ କେତେ ଯେ କଥା ହେଉଥିଲେ ତା’ର ଠିକଣା ନାହିଁ ।
କିନ୍ତୁ ନିଜ ଅଜନ୍ମିତ ସନ୍ତାନ ପ୍ରତି ଅନୀଙ୍କ ଟିକିଏ ବି ସ୍ନେହ ଭାବ ନଥିଲା ।
ନ୍ୟାୟ ଦାବି: ଭୋଜି ଭାତ ,ଯାନି ଯୈାତୁକ , ବାଜା ବେଦୀ ଧରା ଉଧାର ହୋଇ ଗୋଟିଏ ମାତ୍ର ଅଲିଅଳି ଝିଅକୁ ବାହା କରିଥିଲେ ବାପା ମାଆ ।
କିନ୍ତୁ ମାତ୍ର ୨୧ ବର୍ଷର ଝିଅକୁ ଯୌତୁକ ରାକ୍ଷସ ହାତରେ ଟେକି ଦେଇଥିବା ସେମାନେ କେବେ ସ୍ୱପ୍ନରେ ବି ଭାବି ନଥିଲେ ।
ସ୍ୱର୍ଗତ ରଚନା ଏବଂ ତାଙ୍କ ପେଟରେ ଅଜନ୍ମିତ ଶିଶୁ ପାଇଁ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ଗ୍ରାମବାସୀ ଏକତ୍ରିତ ହୋଇ ରଚନାଙ୍କ ନ୍ୟାୟ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ଏହିପରି ଘଟଣାର ପୁନରାବୃତ୍ତି ନ ହେଉ ବୋଲି ଦାବି କରିଥିଲେ ।