ମୁମ୍ବାଇ: ଲୋକପ୍ରିୟ ଟିଭି ଏବଂ ବଲିଉଡ ଅଭିନେତା ଟିକୁ ତଲସାନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ତାଙ୍କୁ ହୃଦଘାତ ହୋଇଥିବା ସୂଚନା ।
ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ ଗମ୍ଭୀର ଏବଂ ସେ ହସ୍ପିଟାଲ୍ରେ ଭର୍ତ୍ତି ଅଛନ୍ତି ।
ସେଠାରେ ଡାକ୍ତରମାନେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । କିନ୍ତୁ ଏ ବିଷୟରେ କୌଣସି ସରକାରୀ ସୂଚନା ମିଳିନାହିଁ ।
ହିନ୍ଦୀ ସିନେମାର ଅନେକ ପ୍ରବୀଣ ଅଭିନେତାଙ୍କ ମଧ୍ୟରୁ ଜଣେ, ପ୍ରସିଦ୍ଧ ଅଭିନେତା ଟିକୁ ତାଲସାନିଆ । ଟିକୁ ତାଲସାନିଆ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ଟିଭି ଶୋ ମଧ୍ୟ କରିଛନ୍ତି । ନିକଟରେ ସେ ରାଜକୁମାର ରାଓଙ୍କ ଫିଲ୍ମ ‘ଭିକି ବିଦ୍ୟା କା ୱୋ ୱାଲା ଭିଡିଓ’ରେ ନଜର ଆସିଥିଲେ ।
ଆକ୍ଟିଂ କ୍ୟାରିୟର: ୭୦ ବର୍ଷୀୟ ଟିକୁ ତଲସାନିଆ ୧୯୮୪ ମସିହାରେ ‘ୟେ ଜୋ ଜିନ୍ଦଗୀ ହୈ’ରୁ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୬ରେ ସେ ‘ପ୍ୟାର କେ ଦୋ ପଲ୍’, ‘ଡ୍ୟୁଟି’ ଏବଂ ‘ଅସଲି ନକଲି’ ଫିଲ୍ମରେ କାମ କରିଥିଲେ ।
ଏହା ବ୍ୟତୀତ ‘ବୋଲ୍ ରାଧା ବୋଲ୍’, ‘କୁଲି ନମ୍ବର ୧’, ‘ରାଜା ହିନ୍ଦୁସ୍ତାନୀ’, ‘ହିରୋ ନମ୍ବର ୧’, ‘ବଡ଼େ ମିଆଁ ଛୋଟେ ମିଆଁ’, ‘ଭିରାସତ’, ‘ହଙ୍ଗାମା ୨’ ଭଳି ଅନେକ ଫିଲ୍ମରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । କମେଡିଆନ୍ ଚରିତ୍ରରେ ସେ ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି ।