ବିବାହ ଋତୁ ପାଖେଇ ଆସୁଥିବାବେଳେ ବଢ଼ିଲା ଚିନ୍ତା: ୮୦ ପାର୍ କଲା ୨୪ କ୍ୟାରେଟ୍ ସୁନା

ଟ୍ରମ୍ପଙ୍କ ପାଇଁ ବଢ଼ୁଛି ସୁନା ଦର । ଡଲାର ତୁଳନାରେ କମିଛି ଟଙ୍କାର ଭାଉ ।

ଓଡ଼ିଶା ଭାସ୍କର: ବିବାହ ଋତୁ ପାଖେଇ ଆସୁଥିବାବେଳେ ଲୋକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । କାରଣ ଦିନିକୁ ଦିନ ସୁନାର ମୂଲ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ୨୪ କ୍ୟାରେଟ୍ ସୁନାର ଦାମ୍ ୮୦ ହଜାର ପାର୍ କରିଥିବାବେଳେ ୨୨ କ୍ୟାରେଟ୍ ସୁନାର ଦାମ ପାର୍ କରିଛି ୭୩ ହଜାର ଟଙ୍କା ।

ସୁନାଦରରେ ବ୍ରେକ୍ ଲାଗୁ ନ ଥିବାବେଳେ ବିବାହ ପାଇଁ ଲୋକେ ସୁନା କିଣିବାକୁ ମଧ୍ୟ ବାଧ୍ୟ । କିଛିଦିନ ତଳେ ସୁନା ଦର କମିଥିବାବେଳେ କିନ୍ତୁ ବିବାହ ଋତୁ ନିକଟତର ହେବାବେଳକୁ ସୁନାର ଦର ବଢ଼ିଛି ।

ସୁନା ଦର ବଢ଼ିବା କାରଣରୁ ଦୋକାନୀଙ୍କ ବ୍ୟବସାୟ ମଧ୍ୟ କମିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ସୁନା କିଣିବାକୁ ଆସିଥିବା ବ୍ୟକ୍ତି ଦାମ୍ ବଢ଼ୁଥିବା ଦେଖି ଆବଶ୍ୟତା ଅନୁସାରେ ସୁନା ନ କିଣି କମ୍ ପରିମାଣର ସୁନା ଗହଣା କିଣୁଛନ୍ତି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦର ବଢ଼ିବା କାରଣରୁ ଦେଶରେ ସୁନା ଦାମ୍ ବଢ଼ୁଛି । ଗୋଟେ ମାସ ଭିତରେ ୨୬୦୦ ଡଲାରରୁ ୧୭୦୦ ଡଲାରର ବୃଦ୍ଧି ଘଟିଛି । ଡଲାର ୮୬ଟଙ୍କା ୧୫ ପଇସାରେ ପହଞ୍ଚିବା କାରଣରୁ ସୁନା ଦରରେ ବୃଦ୍ଧି ଘଟିଥିବା ମଧ୍ୟ ବିଶେଷଜ୍ଞ କହିଛନ୍ତି ।

ଯୁଦ୍ଧର ବଡ଼ ପ୍ରଭାବ ମଧ୍ୟ ସୁନା ଦର ଉପରେ ପଡ଼ିଛି । ଯୁଦ୍ଧ ପାଇଁ ଷ୍ଟକ୍ ମାର୍କେଟରେ ବଡ଼ ପରିବର୍ତ୍ତନ ଘଟିବା କାରଣରୁ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାକୁ ବାଦ୍ଦେଲେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାରେ କିଛି ପଲିସି ପରିବର୍ତ୍ତନ କରାଯାଇଛି । ଯାହା ପ୍ରଭାବରେ ଡଲାର ତୁଳନାରେ ଟଙ୍କା କମୁଛି ଏବଂ ସୁନା ଦର ବଢ଼ିଚାଲିଛି ।