ମଝି ସମୁଦ୍ରରେ ମାଛ ମାଫିଆଙ୍କ ଆତଙ୍କ, ଗୁଳି ଫୁଟାଇ ୮ ଜଣ ସାଥିଙ୍କୁ ଛଡ଼ାଇନେଲେ
ବେଆଇନ୍ ମାଛଧରାକୁ ନେଇ ବନ ବିଭାଗ ପାଟ୍ରୋଲିଂ ଟିମର ରେଡ୍ । ସଂଘବଦ୍ଧ ଆକ୍ରମଣ କରିଥିଲେ ମାଛ ମାଫିଆ ।
ରାଜନଗର: ମଝି ସମୁଦ୍ରରେ ଫୁଟିଲା ଗୁଳି । ଏଭଳି ଏକ ଘଟଣା ଘଟିଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ।
ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ କିଛି ମାଛ ମାଫିଆ ଆକ୍ରମଣ କରିଥିବା ଜଣାପଡ଼ିଛି ।
ବେଆଇନ୍ ମାଛ ଧରା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କିଛି ମତ୍ସ୍ୟଜୀବୀ ବେଆଇନ୍ ଭାବେ ମାଛ ଧରୁଥିଲେ ।
ଏହି ସମୟରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ ।
ତିନିଟି ଟ୍ରଲର ସହ ୮ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନ ବିଭାଗ ।
ସଂଘବଦ୍ଧ ଆକ୍ରମଣ: ନିଜ ସାଥୀଙ୍କ ଛଡ଼ାଇବା ପାଇଁ ମାଛ ମାଫିଆ ବନବିଭାଗ କର୍ମଚାରୀଙ୍କ ଘେରି ସେମାନଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।
ସେମାନେ ଗୁଳି ଫୁଟାଇ ଜବରଦସ୍ତ ୮ ଜଣ ମତ୍ସ୍ୟଜୀବୀଙ୍କୁ ବନ କର୍ମଚାରୀଙ୍କ କବଳରୁ ଛଡ଼ାଇନେଇଥିଲେ ।