ସକାଳୁ ଖାଲିପେଟରେ ପିଅନ୍ତୁ ଏହି କଳାମଞ୍ଜିର ପାଣି, ପେଟ କମିବା ସହ ସ୍ୱାସ୍ଥ୍ୟକୁ ମିଳିବ ଅନେକ ଲାଭ
ଫାଇବର ଏବଂ ପ୍ରୋଟିନରେ ଭରପୁର ଚିୟା ସିଡ୍ସ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଜାଣନ୍ତୁ ଓଜନ କମ କରିବା ଲାଗି କିପରି କରିବେ ଏହାର ସେବନ..
ଓଡ଼ିଶା ଭାସ୍କର: ଚିଆ ସିଡ୍ସ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ପୋଷକ ତତ୍ତ୍ୱରେ ଭରପୁର ଚିୟା ସିଡ୍ସ ରକ୍ତ ଅଭାବକୁ ଦୂର କରିବା ସହ ହାଡ଼କୁ ମଜବୁତ ରଖିଥାଏ, ପାଚନ ତନ୍ତ୍ରକୁ ଠିକ ରଖିବା, ସ୍ମରଣ ଶକ୍ତି, ଚର୍ମ ଏବଂ କେଶକୁ ସୁସ୍ଥ ରଖିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ।
ଚିୟା ସିଡ୍ସରେ ଓମେଗା ୩ ଫ୍ୟାଟି ଏସିଡ ଅଧିକ ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଏଥିରେ ପୋଟାସିୟମ, ଫାଇବର, କାର୍ବୋହାଇଡ୍ରେଟ, ପ୍ରୋଟିନ, ଜିଙ୍କ, କପର, ଓମେଗା ୬, ସୋସିୟମ, ଫସଫରସ, କ୍ୟାଲସିୟମ ସହ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଓଜନ କରିବା ଲାଗି ଏହାକୁ କିପରି ସେବନ କରିବା ଆବଶ୍ୟକ..
କମିବ ଓଜନ: ଚିୟା ସିଡ୍ସ ଫାଇବର ଏବଂ ପ୍ରୋଟିନରେ ଭରପୁର। ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି, ତେବେ ସକାଳେ ଚିୟା ସିଡ୍ସର ପାଣି ପିଇବା ସବୁଠୁ ଭଲ। ଏଥିରେ ଫାଇବରର ମାତ୍ରା ଅଧିକ ଥାଏ, ଯାହାପାଇଁ ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ। ଆପଣ ଏହାର ପାଣି ବ୍ୟତୀତ ଜଳଖିଆରେ ସ୍ମୁଦୀ ବା ଦହିରେ ଚିୟା ସିଡ୍ସ ମିଶାଇ ଖାଇପାରିବେ।
ଚିୟା ସିଡ୍ସ ସେବନ କରିବାର ଅନ୍ୟ ଫାଇଦା: ଓଜନ କମ କରିବା ବ୍ୟତୀତ ଚିୟା ସିଡ୍ସ ଅନେକ ସମସ୍ୟାକୁ ଦୂର କରିଥାଏ। ଏହା ଚର୍ମକୁ କୁଞ୍ଚନ କରିନଥାଏ। ଏହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ଭଲ ହୋଇଥାଏ। ଡାଇବେଟିସକୁ ଏହା କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ।
ଏଥିରେ କ୍ୟାଲସିୟମ ଭରପୁର ମାତ୍ରାରେ ମିଳିଥାଏ, ଯାହା ଆପଣଙ୍କ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଚିୟା ସିଡ୍ସରେ ଏପରି ତତ୍ତ୍ୱ ମିଳିଥାଏ, ଯାହା ଆପଣଙ୍କ ସ୍ମୃତି ବା ମେମରୀକୁ ଆକ୍ଟିଭ କରିବାରେ ସାହାଯ୍ୟ କରିଥାଏ।