୧୧ଟାରେ HMPV ବୈଠକ, ଗରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆଜି HMPVକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ ।

ଏହି ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ସବୁ ଜିଲ୍ଲାର ସିଡିଏମଓ ମଧ୍ୟ ଯୋଗଦେବେ ।

ସରକାରଙ୍କ ଗାଇଡଲାଇନ୍: ବୁଧବାର ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

HMPV ଭୂତାଣୁ ନେଇ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି ।

ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର ।

କେନ୍ଦ୍ର ଓ NCDCର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦେଶକୁ ଅପେକ୍ଷା କରାଯାଇଛି ।

HMPV ଲକ୍ଷଣ: ସଂକ୍ରମଣରେ ଥଣ୍ଡା, ଜ୍ୱର, କାଶ ସହ ନିମୋନିଆ ହେଉଛି । କୋଭିଡ ସମୟରରୁ ଆମ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା ସବୁ ବ୍ୟବସ୍ଥା ଅଛି । ଆମେ ପ୍ରସ୍ତୁତ ଅଛୁ ।

ଜିଲ୍ଲାଗୁଡିକୁ survelliance ନିର୍ଦେଶ ଦିଆଯାଇଛି । ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଆକ୍ସିଜେନ ମହଜୁଦ ଅଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।