ଉଭେଇଯିବ ଟିଭି, ଦେଖାଯିବ ଖାଲି ଛବି, ଦୁନିଆର ପ୍ରଥମ ଟ୍ରାନ୍ସପରେଣ୍ଟ ଟିଭିର ବିକ୍ରି ଆରମ୍ଭ

ଆମେରିକୀୟ ବଜାରରେ ହେଲାଣି ବିକ୍ରିି । ୫୨ ଲକ୍ଷ ରହିଛି ଦାମ୍ ।

ଓଡ଼ିଶା ଭାସ୍କର: ଦୁନିଆର ପ୍ରଥମ ଟ୍ରାନ୍ସପରେଣ୍ଟ ବା ପାରଦର୍ଶୀ ଟିଭି ମାକ୍ରେଟକୁ ଓହ୍ଲାଇଛି । ଏଲଜି ପକ୍ଷରୁ ୨୦୨୪ରେ ଏହି ଟିଭି ଲଞ୍ଚ କରାଯାଇଥିଲା । ୭୭ ଇଞ୍ଚର ଏଲଜି ସିଗନେଚର ୪କେ ଓଏଲଇଡି ଟିଭି ସମ୍ପୂର୍ଣ୍ଣ ଭାବେ ୱେରଲେସ୍ ।

ଏହି ଟିଭିର ସ୍କ୍ରିନ୍ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଟ୍ରାନ୍ସପରେଣ୍ଟ କରାଯାଇପରିବ । ଆମେରିକା ବଜାରରେ ଏହାର ବିକ୍ରି ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଏହାର ବିକ୍ରି ଭାରତରେ ମଧ୍ୟ କରାଯିବ ।
ଟ୍ରାନ୍ସପରେଣ୍ଟ ଟିଭିକୁ କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଏବେଠାରୁ ଏହାର ବୁକିଂ କରିପାରିବେ ।

ପବନରେ ଉଡ଼ିବ ଛବି: ଡିଜାଇନ୍ ଏବଂ ଟେକନୋଲୋଜିରେ ଏହା ଅନ୍ୟ ଟେଲିଭିଜନଠାରୁ ଭିନ୍ନ । ଟ୍ରାନ୍ସପରେଣ୍ଟ ଟିଭିରେ ଚିତ୍ର ଦେଖିଲେ ଏମିତି ଲାଗିବ ଯେମିତି ଛବି ସବୁ ମନକୁ ମନ ଆଖି ସାମ୍ନାକୁ ଆସିଯାଉଛି । ଏହି ଟିଭିକୁ ଗତବର୍ଷ ବେଷ୍ଟ ଇନୋଭେଶନ୍ ଲିଷ୍ଟର ରଖାଯାଇଥିଲା ।

ଏହି ଟିଭିରେ ଏକ ଟି-ଅବଜେକ୍ଟ ଫିଚର ରହିଛି । ଯାହାଦ୍ୱାରା ଟିଭିଟି ସମ୍ପୂର୍ଣ୍ଣ ଭାବେ ଟ୍ରାନ୍ସପରେଣ୍ଟ ହୋଇଯିବ । ଟିଭିର ପିକଚର କ୍ୱାଲିଟି ଅନ୍ୟ ତୁଳନାରେ ବେଶ୍ ଭଲ ରହିଛି ।

ୱେର୍ ଲେସ୍: ଜିରୋ କନେକ୍ଟ ବକ୍ସ ଅନୁସାରେ ଏ ଟିଭିରେ କୌଣସି ୱେର୍ ନାହିଁ । ୧୨୦ଏଚଜେଡ୍ ରିଫ୍ରେସ୍ ରେଟ୍ ସ୍କ୍ରିନ୍ ରହିଛି । ଯେଉଁଥିରେ ଗେମିଂ ଏବଂ ସ୍କ୍ରିନିଂର ସୁନ୍ଦର ଅନୁଭବ ମିଳିବ ।
ଏହି ସାନବଦାର ଟିଭିର ଦାମ୍ ରହିଛି ୫୨ ଲକ୍ଷ (୫୯,୯୯୯ ଡଲାର) । ପ୍ରାରମ୍ଭିକ ଅବସ୍ଥାରେ ଏହା ଆମେରିକାରେ ବିକ୍ରି ହୋଇଛି । ଆଗାମୀ ଦିନରେ ଏହି ଟିଭି ଅନ୍ୟ ଦେଶରେ ଉପଲବ୍ଧ ହେବ ।