ମହାକୁମ୍ଭରୁ ଫେରିବା ପରେ ଘରେ ଅବଶ୍ୟ କରନ୍ତୁ ଏହି କାମ, ପ୍ରାପ୍ତି ହେବ ସୌଭାଗ୍ୟ

ମହାକୁମ୍ଭର ଧାର୍ମିକ ଯାତ୍ରା କରିବା ପରେ ଆପଣଙ୍କୁ ଘରେ କିଛି କାମ ନିହାତି କରିବା ଆବଶ୍ୟକ । ଆସନ୍ତୁ ଜାଣିବା..

ଓଡ଼ିଶା ଭାସ୍କର: ମହାକୁମ୍ଭ ହିନ୍ଦୁ ଧର୍ମର ମୁଖ୍ୟ ଧାର୍ମିକ ପର୍ବରୁ ଅନ୍ୟତମ । ଏହା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ମେଳା କହିବା ଅତ୍ୟୁକ୍ତି ହେବ ନାହିଁ । ପ୍ରୟାଗରାଜରେ ୧୩ ଜାନୁଆରୀରୁ ମହାକୁମ୍ଭର ଆରମ୍ଭ ହୋଇଛି । ୩ ଫେବୃଆରୀରେ ଶେଷ ଅମୃତ ସ୍ନାନ କରାଯିବ ।

ଯଦି ଆପଣ ମହାକୁମ୍ଭରେ ବୁଡ଼ ପକାଇସାରିଛନ୍ତି, ତେବେ ଆପଣ ଘରକୁ ଆସି କିଛି କାମ ଅବଶ୍ୟ କରିବା ଆବଶ୍ୟକ । ମହାକୁମ୍ଭର ଧାର୍ମିକ ଯାତ୍ରା ପରେ ଏହି କାର୍ଯ୍ୟକୁ କରିବାରେ ଆପଣଙ୍କୁ ସୌଭାଗ୍ୟ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ଘରକୁ ଫେରିବା ପରେ କରନ୍ତୁ ଏହି କାର୍ଯ୍ୟ:
-ମହାକୁମ୍ଭରୁ ଘରୁକୁ ଫେରିବା ପରେ, ଘରେ ସତ୍ୟନାରାୟଣର କଥା ବା ଭଜନ କୀର୍ତ୍ତନର ଆୟୋଜନ ଆପଣଙ୍କୁ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ମହାକୁମ୍ଭରୁ ପ୍ରାପ୍ତ କରିଥିବା ଆଧ୍ୟାତ୍ମିକ ଶକ୍ତି ଘରେ ପ୍ରବେଶ କରିଥାଏ ।

-ଯେକୌଣସି ଧାର୍ମିକ ଯାତ୍ରା ପରେ ଦାନ କରିବା ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ମହାକୁମ୍ଭରୁ ଫେରିବା ପରେ ବି ଆପଣଙ୍କୁ ଦାନ ଅବଶ୍ୟ କରିବା ଆବଶ୍ୟକ । ଏଥିରେ ଆପଣଙ୍କୁ ମାନସିକ ସନ୍ତୁଷ୍ଟି ମିଳିବା ସହ ଦେବା-ଦେବୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି ।

-ମହାକୁମ୍ଭରୁ ଫେରିବା ପରେ ଅନ୍ନ ଦାନ କରନ୍ତୁ । ଆପଣ ବ୍ରାହ୍ମଣ ଭୋଜନ ମଧ୍ୟ କରାଇପାରିବେ । କୌଣସି ମନ୍ଦିରରେ ଅନ୍ନଦାନ ଆପଣ କରିପାରିବେ । ଦାନ କରିବାରେ ଧାର୍ମିକ ଯାତ୍ରାର ଶୁଭଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ।