Indian Railwayରେ ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି ପାଇବେ ଚାକିରି…

ବିନା ଲିଖିତ ପରୀକ୍ଷାରେ ହେବ ନିଯୁକ୍ତି । ଆବେଦନର ଶେଷ ତାରିଖ ଜାନୁୟାରୀ ୨୭ ।

ଓଡ଼ିଶା ଭାସ୍କର: ରେଳବାଇରେ ଚାକିରି କରିବାକୁ ଆଶୟୀଙ୍କ ପାଇଁ ଆସିଯାଇଛି ଖୁସି ଖବର । ରେଳ ବିଭାଗରେ ୪୦୦୦ରୁ ଅଧିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଚ୍ଛୁକ ଆଶାୟୀ ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବ୍ ସାଇଟ୍ www.scr.indianrailways.gov.in ରେ ଆବେଦନ କରିପାରିବେ ।

ଏୟାର କଣ୍ଡିଶନିଂ, କାର୍ପେଣ୍ଟର, ଡିଜେଲ ମେକାନିକାଲ, ଇଲେକ୍ଟ୍ରୋନିକ୍ ମେକାନିକାଲ, ଇଲେକ୍ଟ୍ରିସିଆନ୍, ଫିଟର, ୱେଲ୍ଡର ସମେତ ବିଭିନ୍ନ ଟ୍ରେଡ୍ରେ ନିଯୁକ୍ତି ଦିଆଯିବ । ବିଭାଗରେ ପାଖାପାଖି ୪୨୩୨ ପଦରେ ଲୋକଙ୍କୁ ନିଯୁକ୍ତି ମିଳିବ ।
ଆଶାବାଦୀ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀରେ ୫୦% କିମ୍ବା ତା’ଠାରୁ ଅଧିକ ମାର୍କ ରଖି ପାସ୍ କରିବା ସହ ସମ୍ବନ୍ଧିତ ବିଷୟରେ ଆଇଆଇଟି ସାର୍ଟିଫିକେଟ୍ ଥିବା ବାଧ୍ୟତାମୂଳକ ।

ଆବେଦନକାରୀଙ୍କ ବୟସ ୧୫ରୁ ୨୪ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗଙ୍କ ବୟସ ସୀମାରେ ଆବଶ୍ୟକ ଛାଡ ମିଳିବ ।

ଏମିତି ହେବ ଚୟନ: ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ । ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ । ଯାହା ଆଇଟିଆଇ ଏବଂ ୧୦ମ ଶ୍ରେଣୀ ମାର୍କ ବେସିସରେ ସିଲେକ୍ସନ କରାଯିବ । ଚୟନ ପରେ ପ୍ରାର୍ଥୀଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେଶନ୍ ଏବଂ ମେଡିକାଲ ଟେଷ୍ଟ କରାଯିବ ।

ଦରମା: ନିଯୁକ୍ତି ପରେ ପ୍ରତିମାସରେ ୭,୭୦୦ରୁ ୨୦,୨୦୦ ଟଙ୍କା ଦରମା ମିଳିବ ।
ଆବେଦନ ପାଇଁ ଓବିସି, ଇଡବ୍ଲ୍ୟୁଏସ୍ ଏବଂ ଜେନେରାଲ ବର୍ଗର ପିଲାଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ । ଏସସି, ଏସଟି ଏବଂ ଦିବ୍ୟାଙ୍ଗ ଲୋକଙ୍କୁ ଆବେଦନ ସଂକ୍ରାନ୍ତରେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।