ଗୋଟିଏ ରାତିରେ ୧୦୫୭ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିଲେ ଏହି ମହିଳା, ଭାଙ୍ଗିଲେ ରେକର୍ଡ

ଜଣେ ନୁହେଁ କି ଦୁଇ ଜଣ ନୁହେଁ ୧୨ ଘଣ୍ଟାରେ ୧୦୫୭ ଜଣଙ୍କ ସଙ୍ଗେ ସଂପର୍କ ରଖିଲେ ଏହି ମହିଳା। ନିଜେ କଲେ ଏହି ଦାବି..

ନୂଆଦିଲ୍ଲୀ: ଦୁନିଆରେ ଗିନିଜ ବୁକରେ ନିଜ ନାମ ଦାଖଲ କରିବା ଲାଗି ଲୋକେ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ କରୁଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ କମ ବର୍ଷୀୟ ସୋସିଆଲ ମିଡିଆ ଷ୍ଟାର ବେନି ବ୍ଲୁଙ୍କ ନାମ ଖୁବ ଚର୍ଚ୍ଚା ହେଉଛି। ବେନି ବ୍ଲୁ ଏକ ଏପରି ଦାବି କରିଛନ୍ତି ଯେ, ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ।

ସେ ଦାବି କରିଛନ୍ତି ଯେ, ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦୫୭ ଜଣ ପୁରୁଷଙ୍କ ସହ ସେ ଶାରୀରିକ ସଂପର୍କ ରଖିଛନ୍ତି। ଏହି ଦାବିକୁ ନେଇ ଅନେକ ବିବାଦ ଉପୁଜିଛି ଏବଂ ଲୋକେ ଏହାକୁ ଅବିଶ୍ୱସନୀୟ କହିଛନ୍ତି।

ବ୍ଲୁ ବେନି କିଏ: ୧୯୯୯ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ବେନି ବ୍ଲୁ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ‘ଓନଲୀଫ୍ୟାନ୍ସ’ର କ୍ରିଏଟର। ବେନି ନିଜ କ୍ୟାରିୟରର ଆରମ୍ଭ ଏକ ୱେବକାମ୍ ମଡେଲ ଭାବେ କରିଥିଲେ।

ଏହା ପୂର୍ବରୁ ଏକ କମ୍ପାନୀର ଅଫିସରେ ସେ ଚାକିରି କରୁଥିଲେ। ସେ ବର୍ତ୍ତମାନ ମାସିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

ରେକର୍ଡ କରିବାର ଇଚ୍ଛା: ସେ କହିଛନ୍ତି ଯେ, ସର୍ବଦା କିଛି ଏପରି କରବାକୁ ଚାହୁଁଥିଲି, ଯେଉଁଥିରେ ମୁଁ ରେକର୍ଡ ବୁକରେ ସାମିଲ ହୋଇପାରିବି। ଏହା ପୂର୍ବରୁ ଏହି ରେକର୍ଡ ଲିସା ସ୍ପାର୍କ୍ସ ନାମରେ ଥିଲା, ଯିଏ ଗୋଟିଏ ରାତିରେ ୯୧୯ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ।

ବିବାଦ ଏବଂ ଆଲୋଚନା: ଏହି ଘଟଣା ଯେତିକି ଚର୍ଚ୍ଚାରେ ଅଛି, ସେତିକି ଆଲୋଚନାର ଶିକାର ମଧ୍ୟ ହୋଇଛି। ଅନେକ ଲୋକେ ଏହାକୁ ସମାଜରେ ଖରାପ ବାର୍ତ୍ତା ପ୍ରସାରିତ କରିବା କଥା କହିଛନ୍ତି।

ଏଥିସହ ଏହା ଉପରେ ନୈତିକତା ଏବଂ ମାନବୀୟ ଆଧାରଗୁଡିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆଲୋଚନା କରୁଥିବା ଲୋକେ କହିଛନ୍ତି ଯେ, ଏଭଳି ଘଟଣାଗୁଡ଼ିକ ଯୁବକଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ।