ଯେଉଁ ଭଉଣୀ ରାକ୍ଷୀ ପିନ୍ଧାଉଥିଲା, ତାକୁ ହିଁ ଜୀବନରୁ ମାରିଦେଲା ଭାଇ

ସଂପର୍କୀୟ ଭଉଣୀକୁ ଜୀବନରୁ ମାରିଦେଲା ଭାଇ, ଜାଣନ୍ତୁ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲା ଭାଇ

ଆସିକା: ସକାଳୁ ସକାଳୁ ଗଞ୍ଜାମ ଆସିକାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇ ଭଉଣୀକୁ ଜୀବନରୁ ମାରିଦେଇଛି। ଏହି ଘଟଣାଟି ଆସିକା ଥାନା ଅନ୍ତର୍ଗତ ରାଇପୋଲି ଗାଁର ବୋଲି ଜଣାପଡିଛି।

ସୂଚନାନୁଯାୟୀ, ମୃତକ ଜଣଙ୍କ ନାମ ହେଉଛି, ଲକ୍ଷ୍ମୀ ମହାନ୍ତି। ପରିବାର ମଧ୍ୟରେ ବଡ଼ ଧରଣର ଝଗଡ଼ା ଲାଗିଥିଲା। ଏହି ସମୟରେ ଭାଇ ବାବାଜୀ ପାତ୍ର ଭଉଣୀକୁ ହତ୍ୟା କରିଛି। ହତ୍ୟା କରିବା ପରେ ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର ରହିଛି। ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।