B.Ed ର ଏକ ବର୍ଷୀୟ କୋର୍ସ ପୁଣିଥରେ ହେବ ଆରମ୍ଭ, କେବଳ ଏହି ଛାତ୍ରଙ୍କୁ ମିଳିବ ସୁଯୋଗ

କିଛି ନୂଆ ସର୍ତ ସହ ୧୦ ବର୍ଷ ପରେ ପୁଣି ଏକ ବର୍ଷୀୟ ବି. ଏଡ୍ କୋର୍ସ ଆରମ୍ଭ ହେବ। ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦର ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି..

ନୂଆଦିଲ୍ଲୀ: ଏକ ବର୍ଷୀୟ B.Ed କୋର୍ସ ପୁଣି ଆରମ୍ଭ ହେବ। ଏନଇପି ୨୦୨୦ର ସୁପାରିଶ ଅନୁସାରେ, କିଛି ନୂଆ ସର୍ତ ସହ ଏହାକୁ ଦ୍ୱିତୀୟ ଥର ୧୦ ବର୍ଷ ପରେ ଆଉ ଥରେ ଆରମ୍ଭ କରାଯିବ।

ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପରିଷଦର ହୋଇଥିବା ବୈଠକରେ ଏକ ବର୍ଷୀୟ B.Ed ସମେତ ଟିଚିଂ କୋର୍ସକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା ପୁଣିଥରେ ଆରମ୍ଭ ହେଉଥିବା ଏକ ବର୍ଷୀୟ B.Ed କୋର୍ସରେ କେଉଁ ଛାତ୍ରମାନଙ୍କୁ ଏହାର ଫାଇଦା ମିଳିବ ଏବଂ ଏହି କୋର୍ସ କେଉଁମାନେ କରିପାରିବେ।

କିଏ କରିପାରିବେ ଏହି କୋର୍ସ: ଏନସିଟିଇର ଚେୟାରମ୍ୟାନ ପ୍ରୋ. ପଞ୍ଜକ ଅରୋରା କହିଛନ୍ତି ଯେ, ଗଭର୍ଣ୍ଣିଂ ବଡିର ନୂଆ ରେଗୁଲେସନ୍ସ-୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛି।

ଏକ ବର୍ଷୀୟ B.Ed କୋର୍ସ ସେହି ଛାତ୍ର କରିପାରିବେ, ଯେଉଁମାନେ ଚାରି ବର୍ଷୀୟ ଗ୍ରାଜୁଏସନ କୋର୍ସ କରିଛନ୍ତି ବା ଯାହା ପାଖରେ ପୋଷ୍ଟ ଗ୍ରାଜୁଏସନର ଡିଗ୍ରୀ ରହିଛି। ଏକ ବର୍ଷୀୟ B.Ed କୋର୍ସ ୨୦୧୪ରେ ବନ୍ଦ କରାଯାଇଥିଲା। ୨୦୧୫ ବ୍ୟାଚ ଏହି କୋର୍ସର ଶେଷ ବ୍ୟାଚ ଥିଲା।

ଚାରି ବର୍ଷୀୟ ଗ୍ରାଜୁଏସନ କୋର୍ସ: NCTE ଅଧ୍ୟକ୍ଷଙ୍କ କହିବାନୁସାରେ, ବର୍ତ୍ତମାନ ଦେଶର ପ୍ରାୟ ୬୪ଟି ସ୍ଥାନରେ ୪ ବର୍ଷର Integrated Teacher Education Course ସଞ୍ଚାଳିତ ହେଉଛି, ଯେଉଁଠାରୁ ଛାତ୍ରମାନେ ନିଜ ପସନ୍ଦର ବିଷୟବସ୍ତୁରେ B.Ed କରିପାରିବେ।

ଏହା ଏକ ଚାରି ବର୍ଷର Dual degree graduation level କୋର୍ସ। ଯେପରିକି B.Sc. B.Ed, BA B.Ed ଏବଂ B.Com B.Ed ଇତ୍ୟାଦି। ଏହି କୋର୍ସ କରୁଥିବା ଛାତ୍ରମାନେ ଏକ ବର୍ଷର B.Ed କୋର୍ସ କରିବାକୁ ଯୋଗ୍ୟ ହେବେ।