ଇମ୍ରାନଙ୍କ ଜେଲରୁ ବାହାରିବା ସ୍ୱପ୍ନ ମଉଳିଲା, କୋର୍ଟ ପରିସରରୁ ସ୍ତ୍ରୀ ବୁଶ୍ରାଙ୍କୁ ବାନ୍ଧିଲା ପୋଲିସ

ଇମ୍ରାନଙ୍କୁ ୧୪ ବର୍ଷ ଜେଲ ସାଙ୍ଗକୁ ୧ ମିଲିୟନ୍ ପାକିସ୍ତାନ ରୁପିଜର ଜରିମାନା । ୨୦୨୩ରୁ ଜେଲରେ ଅଛନ୍ତି ବନ୍ଦ ।

ଇସଲାମାବାଦ୍: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ । ଇମ୍ରାନଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ମଧ୍ୟ ୭ ବର୍ଷ ଜଲେ ଦଣ୍ଡ ଶୁଣାଣି କରିଛନ୍ତି ନ୍ୟାୟାଳୟ ।

ଇମ୍ରାନଙ୍କ କାଦିର ୟୁନିଭର୍ସିଟି ପ୍ରୋଜେକ୍ଟରେ ସରକାରୀ ବଳର ଦୁରୁପୋଯୋଗ ହୋଇଥିବା ଅଭିଯୋଗରେ କୋର୍ଟ ଦଣ୍ଡ ଶୁଣାଣି କରିଛନ୍ତି । ଏ ମାମଲାରେ କୋର୍ଟ ୧ ମିନିୟନ ପାକିସ୍ତାନୀ ରୁପିଜ୍ ଏବଂ ବୁଶ୍ରାଙ୍କୁ ଏହାର ଅଧା ଜରିମନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବଢ଼ିଲା ଅଡୁଆ: ରାୱଲପିଣ୍ଡି ଅଦିଆଲା ଜେଲରେ ଇମ୍ରାନ୍ ଖାନ୍ ଥିବାବେଳେ ଅସ୍ଥାୟୀ କୋର୍ଟ ବ୍ୟବସ୍ତା କରାଯାଇ ମାମଲାର ଶୁଣାଣି କରାଯାଇଥିଲା । ଏହି ଜେଲରେ ଇମ୍ରାନ୍ ଗତ ୨୦୨୩ ମସିହା ଅଗଷ୍ଟରୁ ସଜା କାଟୁଛନ୍ତି ।

ବନ୍ଧା ହେଲେ ସ୍ତ୍ରୀ:  ବୁଶ୍ରାଙ୍କୁ କୋର୍ଟ ପରିସରରୁ ହିଁ ଗିରଫ କରାଯାଇଛି । ଏହା ହେଉଛି ୪ର୍ଥ ବଡ଼ ମାମଲା ଯେଉଁଥିରେ ଇମ୍ରାନ ଖାନଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି ।

ଶୁଣାଣି ନେଇ ବହୁବାର କୋର୍ଟ ନୋଟିସ୍ ଜରି କରାଯାଉଥିବାବେଳେ ବୁଶ୍ରା କୋର୍ଟରେ ହାଜର ହେଉ ନ ଥିଲେ , ଯେଉଁ କାରଣରୁ ମାମଲାର ଶୁଣାଣୀ ବିଳମ୍ବ ହେବାରେ ଲାଗିଥିଲା ।

ମଉଳିଲା ଆଶା: ସ୍ତ୍ରୀ ବୁଶ୍ରାଙ୍କ ତତ୍ତ୍ୱାବଧାନରେ ଇମ୍ରାନ୍ଙ୍କ ଦଳ ପାକିସ୍ତାନ ତେହରିକ୍-ଇ-ଇନସାଫ ଦଳ ନେତା ଇମ୍ରାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦାବି କରି ରାସ୍ତାକୁ ଓହ୍ଲାଇ ଥିଲେ । ଯେଉଁକାରଣରୁ ଏକାଧିକ ପିଟିଆଇ ଦଳର ଏକାଧିକ ନେତାଙ୍କ ମୃତ୍ୟୁ ଘଟିଥିବାବେଳେ ଇସଲାମାବାଦ୍େରେ ଅଣାୟତ ପରିସ୍ଥିତି ଦେଖିବାକୁମ ମିଳିଥିଲା ।