ଆରଜିକର ମେଡ଼ିକାଲ ଘଟଣା: ସଞ୍ଜୟ ରାୟଙ୍କ ମୃତ୍ୟୁଦଣ୍ଡ ଦାବି କଲା ସିବିଆଇ

ବହୁ ଚର୍ଚ୍ଚିତ କୋଲକାତା ଆରଜିକର ମେଡ଼ିକାଲ କଲେଜ ମାମଲା: ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମୃତ୍ୟୁଦଣ୍ଡ ଦାବି କରିଛି ସିବିଆଇ । ଶୀଘ୍ର ମିଳିପାରେ ନ୍ୟାୟ। ଶନିବାର ରାୟ ଶୁଣାଇବେ ସିଆଲଦା କୋର୍ଟ।

କୋଲକାତା: କୋଲକାତା ଆରଜିକର ମେଡ଼ିକାଲ କଲେଜ ଘଟଣା ସାରା ଦେଶରେ ଚହଳ ପକାଇଥିଲା।

ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ସେହି ମେଡ଼ିକାଲ ଭିତରେ ହତ୍ୟା କରାଯାଇଥିଲା।

ଏନେଇ ପୀଡ଼ିତଙ୍କ ପରିବାରଙ୍କୁ ଶୀଘ୍ର ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି।

ଏହାଛଡା ଅଭିଯୁକ୍ତ ସଞ୍ଜୟ ରୟକୁ ଫାଶୀ ମିଳୁ ବୋଲି ସିବିଆଇ ମଧ୍ୟ କୋର୍ଟରେ ଦାବି କରିଛି।

ଫାଶୀ ପାଇବ ତ ସଞ୍ଜୟ: ମେଡ଼ିକାଲ କଲେଜ ଭିତରେ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିଲା ଅଭିଯୁକ୍ତ ସଞ୍ଜୟ ରାୟ। ଯିଏକି ସେହି କଲେଜର ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲା ।

ଏପରିକି ସେ ପୋଲିସ ମିତ୍ର ଭାବେ ଦିଲ୍ଲୀ ପୋଲିସକୁ ସାହାଯ୍ୟ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯଦିଓ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା କିନ୍ତୁ ପ୍ରତିବାଦ ଜୋରଦାର ହେଉଥିଲା।

ସାରା ଦେଶରେ ପୀଡିତାଙ୍କୁ ନ୍ୟାୟ ପାଇଁ ସ୍ୱର ଉଠିଲା। ହେଲେ ଏହାରି ଭିତରେ ଘଟଣାକୁ ପାଞ୍ଚ ମାସ ପୁରି ସାରିଲାଣି। ହେଲେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଯାଇନାହିଁ।

ମୃତ୍ୟୁଦଣ୍ଡ ଦାବି କଲା ସିବିଆଇ: ଆଶା କରାଯାଉଛି ଯଥାଶୀଘ୍ର ସଞ୍ଜୟକୁ ଦଣ୍ଡ ମିଳିବ। କାରଣ ଏଥର ସିବିଆଇ ନିଜେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ପାଇଁ ଦାବି କରିଛି। ଯାହାର ଶୁଣାଣି ଶନିବାର ରହିଛି।

ଶନିବାର ସିଆଲଦା କୋର୍ଟ ଏହାର ରାୟ ଶୁଣାଇବ। ପୂର୍ବରୁ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଭାର ଗ୍ରହଣ କରିଥିବା ବେଳେ, କଲିକତା ହାଇକୋର୍ଟ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ଯାହାପରେ ନଭେମ୍ୱର ୧୨ ତାରିଖରେ ରୁଦ୍ଧଦ୍ୱାର ଶୁଣାଣି ଆରମ୍ଭ ହୋଇଥିଲା।

ଏବେସୁଦ୍ଧା ୫୦ ଜଣ ସାକ୍ଷୀଙ୍କୁ ଜେରା ସରିଥିବା ବେଳେ, ମାମଲାର ଶୁଣାଣୀ ଜାନୁଆରୀ ୯ ତାରିଖରେ ସମାପ୍ତ ହୋଇଥିଲା।

ଆଉ ଏବେ ଏହି ମାମଲାରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଇଛି।