ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତା ଅମନ ଜୟସୱାଲଙ୍କ ମୃତ୍ୟୁ, ସିରିୟଲ ‘ଧରତୀପୁତ୍ର ନନ୍ଦିନୀ’ରେ କରିଥିଲେ ଲିଡ୍ ରୋଲ୍

ନୂଆଦିଲ୍ଲୀ: ଟିଭି ଅଭିନେତା ଅମନ ଜୟସୱାଲଙ୍କ ଏକ ସଡ଼କ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ଘଟିଛି । ସେ ଟିଭି ଶୋ’ “ଧରତୀପୁତ୍ର ନନ୍ଦିନୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, “ଧରତୀପୁତ୍ର ନନ୍ଦିନୀ’ ଲେଖକ ଧୀରଜ ମିଶ୍ର ଅମନଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି ।

ସେ କହିଛନ୍ତି ଯେ, ଅମନ ଅଡିସନ୍ ପାଇଁ ଯାଉଥିଲେ । ତା’ପରେ ଯୋଗେଶ୍ୱରୀ ରାଜପଥରେ ତାଙ୍କ ବାଇକକୁ ଏକ ଟ୍ରକ୍ ଧକ୍କା ଦେଇଥିଲା ।

ଅମନଙ୍କୁ ୨୩ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣା ପରେ ଅଭିନେତାଙ୍କୁ ତୁରନ୍ତ କାମା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଦୁର୍ଘଟଣାର ଅଧ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଅମନ ଜୟସୱାଲ ଉତ୍ତର ପ୍ରଦେଶର ବାଲିଆର ଥିଲେ । ତାଙ୍କର ଆକସ୍ମିକ ମୃତ୍ୟୁ ତାଙ୍କ ବନ୍ଧୁ, ପରିବାର ଏବଂ ପ୍ରଶଂସକମାନଙ୍କୁ ଗଭୀର ଦୁଃଖ ଦେଇଛି । ଏହି ଘଟଣା ପାଇଁ ସମଗ୍ର ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ମର୍ମାହତ ।

ମଡେଲ ଭାବରେ କ୍ୟାରିୟରର ଆରମ୍ଭ: ଧାରାବାହିକ ଧାରାବାହିକ “ଧରତୀପୁତ୍ର ନନ୍ଦିନୀ’ରେ ଅମନଙ୍କ ଚରିତ୍ରର ନାମ ଥିଲା ଆକାଶ ଭରଦ୍ୱାଜ । ଏହି ଶୋ’ଟି ନଜାରା ଟିଭିରେ ୨୧ ଅଗଷ୍ଟ ୨୦୨୩ରେ ପ୍ରିମିୟର ହୋଇଥିଲା ଏବଂ ୧୮ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା । ଏହାକୁ ଡିସିଟି ମୁଭିଜ୍ ଅଧୀନରେ ଦୀପିକା ଚିଖାଲିଆ ପ୍ରଯୋଜନା କରିଥିଲେ । ଏ ହେଉଛନ୍ତି ସେହି ଦୀପିକା ଯିଏ ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ।