ଟ୍ରମ୍ପଙ୍କ ଶପଥ ଗ୍ରହଣରେ ବାଧକ ସାଜିଲା ଶୀତ, ଜାଣନ୍ତୁ କେଉଁଠି ହେବ ସମାରୋହ

ପ୍ରାୟ ୪୦ ବର୍ଷ ପରେ ଶପଥ ଗ୍ରହଣ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଶପଥ ଗ୍ରହଣ ସମାରୋହ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟାଲ ରୋଟୁଣ୍ଡା(ହଲ୍)ରେ ଆୟୋଜନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ୍ ।

ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍ । ବର୍ତ୍ତମାନ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବଡ଼ ଖବର ସାମ୍ନାକୁ ଆସଛି ।

ଭୀଷଣ ଶୀତ ଯୋଗୁଁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କତା ଜାରି କରାଯାଇଛି ।

କ’ଣ କହିଲେ ଟ୍ରମ୍ପ୍: ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଟ୍ରମ୍ପ ଲେଖିଛନ୍ତି କି ୱାଶିଂଟନ୍ ଡିସିରେ ୨୦ ଜାନୁଆରୀ ତାପମାତ୍ରା ସର୍ବନିମ୍ନ ରେକର୍ଡ଼ ସ୍ତର ଛୁଇଁବ ।

ଏହାକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟାଲ ରୋଟୁଣ୍ଡା(ହଲ୍)ରେ ଆୟୋଜନ କରିବା ନେଇ ନିର୍ଦ୍ଦେଶ ଦେଇଛି ।

ସମର୍ଥକମାନେ କ୍ୟାପିଟାଲ ୱାନ୍ ଏରିନା ଭିତରେ ସ୍କ୍ରିନରେ ସମାରୋହ ଦେଖିପାରିବେ।

କ୍ୟାପିଟାଲ ୱାନ୍ ଆରେନା ହେଉଛି ୱାଶିଂଟନ୍, ଡି.ସି.ର ସହରତଳି ଅଞ୍ଚଳରେ ଅବସ୍ଥିତ ୨୦,୦୦୦ ଲୋକଙ୍କ ବସିବା ପାଇଁ କ୍ଷମତାବିଶିଷ୍ଟ ଏକ ବୃତ୍ତିଗତ ବାସ୍କେଟବଲ୍ ଏବଂ ହକି ଏରିନା।

୪୦ ବର୍ଷ ପରେ: ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟାଲ ବାହାରେ ଯଥା ନ୍ୟାସନାଲ ମଲରେ ଆୟୋଜିତ ହେବାର ଥିଲା । କିନ୍ତୁ ଏଥର ପ୍ରାୟ ୪୦ ବର୍ଷ ପରେ ଏହା ଭିତରେ ଆୟୋଜିତ ହେବ ।

ଏହା ପୂର୍ବରୁ ଭୀଷଣ ଶୀତ ପାଇଁ ୧୯୮୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗନଙ୍କ ଶପଥ ଗ୍ରହଣ ଉତ୍ସବ ବି ରୋଟୁଣ୍ଡା(ହଲ୍)ରେ ଅନୁଷ୍ଠିତ ହୋଇଥିଲା ।

କେତେ ରହିବ ତାପମାତ୍ରା: ଜାନୁଆରୀ ୨୦ ଅର୍ଥାତ ସୋମବାର ଶପଥ ଗ୍ରହଣ ସମୟରେ ୱାଶିଂଟନର ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହି ସମୟରେ ଭୀଷଣ ଥଣ୍ଡା ପବନ ପ୍ରବାହିତ ହେବ ।