ହିନ୍ଦୁସ୍ତାନ ପେଟ୍ରୋଲିୟମରେ ଜୁନିଅର ଏକଜିକ୍ୟୁଟିଭ୍ ଅଫିସର ପାଇଁ ବାହାରିଲା ନିଯୁକ୍ତି, ୧୪ ଫେବୃଆରୀ ସୁଦ୍ଧା କରନ୍ତୁ ଆବେଦନ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ଜୁନିଅର ଏକଜିକ୍ୟୁଟିଭ୍ ଅଫିସର ପଦବୀ ପାଇଁ ବାହାରିଛି ନିଯୁକ୍ତି । ମୋଟ ୨୩୪ଟି ପଦବୀ ପାଇଁ ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ୨୦୨୫ । ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ ।

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଅର୍ଥାତ୍ ଏଚପିସିଏଲରେ ୨୩୪ଟି ଜୁନିଅର ଏକଜିକ୍ୟୁଟିଭ୍ ଅଫିସର ପଦବୀ ପାଇଁ ଅନଲାଇନରେ ଆବେଦନ ଆରମ୍ଭ ହୋଇଛି । ଆବେଦନ ପ୍ରକ୍ରିୟା ୧୫ ଜାନୁଆରୀ ୨୦୨୫ ରୁ ଆରମ୍ଭ ହୋଇଛି ଏବଂ ଆବେଦନର ଶେଷ ତାରିଖ ୧୪ ଫେବୃଆରୀ ୨୦୨୫ । ଆଗ୍ରହୀ ପ୍ରାର୍ଥୀମାନେ ଏଚପିସିଏଲର ଅଫିସିଆଲ୍ ୱେବସାଇଟ୍ hindustanpetroleum.comକୁ ଯାଇ ଆବେଦନ କରିପାରିବେ ।

ଏହି ନିଯୁକ୍ତି ମାଧ୍ୟମରେ ଏଚପିସିଏଲ ବିଭିନ୍ନ ଜୁନିଅର ଏକଜିକ୍ୟୁଟିଭ୍ ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତ ମିଳିବ, ଯଥା- ମେକାନିକାଲ୍, ବୈଦ୍ୟୁତିକ, ଉପକରଣ ଏବଂ ରାସାୟନିକ ବିଭାଗ ସାମିଲ । ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି), ଗ୍ରୁପ୍ ଡିକ୍ସସନ୍, ଦକ୍ଷତା ପରୀକ୍ଷା, ବ୍ୟକ୍ତିଗତ ସାକ୍ଷାତକାର ଏବଂ ଅନ୍ୟାନ୍ୟ ପର୍ଯ୍ୟାୟ ଆଧାରରେ କରାଯିବ ।

ତାରିଖ:
ଆବେଦନ ଆରମ୍ଭ ତାରିଖ: ୧୫ ଜାନୁଆରୀ ୨୦୨୫
ଆବେଦନର ଶେଷ ତାରିଖ: ୧୪ ଫେବୃଆରୀ ୨୦୨୫
ପରୀକ୍ଷା ତାରିଖ: ଏଚପିସିଏଲ ୱେବସାଇଟରେ ପରେ ପ୍ରକାଶିତ ହେବ ।

ଶିକ୍ଷାଗତ ଯୋଗ୍ୟତା କ’ଣ?
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ଇଞ୍ଜିନିୟରିଂ ଡିଗ୍ରୀ (ବି.ଇ/ବି.ଟେକ୍)ଧାରଣ କରିଥିବା ଆବଶ୍ୟକ । ଏହା ବ୍ୟତୀତ, ପ୍ରାର୍ଥୀମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଭଲ ଅଭିଜ୍ଞତା ଏବଂ ଜ୍ଞାନ ମଧ୍ୟ ଥିିବା ଉଚିତ ।

ବୟସ ସୀମା କେତେ?
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ । ସରକାରୀ ନିୟମ ଅନୁଯାୟୀ, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ଦିଆଯିବ ।

କିପରି ଆବେଦନ କରିବେ ?
ଏଚପିସିଏଲର ଅଫିସିଆଲ୍ ୱେବସାଇଟ୍ hindustanpetroleum.comକୁ ଯାଆନ୍ତୁ ।
କ୍ୟାରିଅର ସେକ୍ସନକୁ ଯାଆନ୍ତୁ ଏବଂ ନିଯୁକ୍ତି ବିଜ୍ଞପ୍ତି ଉପରେ କ୍ଲିକ୍ କରନ୍ତୁ ।
ଆବେଦନ ଫର୍ମରେ ସମସ୍ତ ଆବଶ୍ୟକୀୟ ସୂଚନା ପୂରଣ କରନ୍ତୁ ଏବଂ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ କରନ୍ତୁ ।
ଆବେଦନ ଶୁଳ୍କ ପୈଠ କରନ୍ତୁ ।
ଆବେଦନ ଫର୍ମ ସବମିଟ୍ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାର ଏକ କପି ଡାଉନଲୋଡ୍ କରନ୍ତୁ ।
ଆବେଦନ ଫି କେତେ?
ସାଧାରଣ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୯୦ ଟଙ୍କା, ଅନ୍ୟପଟେ ଅନୁସୂଚିତ ଜାତି/ଜାତୀୟ ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୩୫୪ ଟଙ୍କା ।

ଅଧିକ ବିବରଣୀ ପାଇଁ, ପ୍ରାର୍ଥୀମାନେ ଏଚସିଏଲ ଅଫିସିଆଲ୍ ୱେବସାଇଟ୍ hindustanpetroleum.comକୁ ଯାଆନ୍ତୁ ।