ଓ୍ବାଶିଂଟନ, ୧୮ା୧: ‘everything app’ ତିଆରି କରିବାର ନିଷ୍ପତ୍ତି ପରଠାରୁ ଚର୍ଚ୍ଚାରେ ଥିବା ବିଲିୟନେୟାର ଏଲନ ମସ୍କ ତାଙ୍କ ଯୋଜନାକୁ ବାସ୍ତବରେ ପରିଣତ କରିବା ପାଇଁ ହାର୍ଡକୋର ସଫ୍ଟଓ୍ବେୟାର୍ ଇଞ୍ଜିନିୟରମାନଙ୍କ ପାଇଁ ଏକ ସ୍ପେଶାଲ ପ୍ରପୋଜାଲ ଦେଇଛନ୍ତି। ‘X’ ରେ ଏକ ପୋଷ୍ଟରେ ମସ୍କ କହିଛନ୍ତି, ସେ ‘everything app’ ତିଆରି କରିବାକୁ ଚାହୁଁଥିବା ହାର୍ଡକୋର ସଫ୍ଟୱେର୍ ଇଞ୍ଜିନିୟରମାନଙ୍କୁ ଖୋଜୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆବେଦନକାରୀମାନେ କେଉଁଠାରେ ପଢ଼ିଛନ୍ତି କିମ୍ବା କେଉଁ ବଡ଼ କମ୍ପାନୀରେ କାମ କରିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ପ୍ରାର୍ଥୀମାନଙ୍କୁ କେବଳ ସେମାନଙ୍କର ସର୍ବୋତ୍ତମ କାମ ‘[email protected]’ କୁ ପଠାଇବାକୁ ପଡ଼ିବ।
ଯଦି ଆପଣ ଜଣେ ହାର୍ଡକୋର ସଫ୍ଟଓ୍ବେୟାର ଇଞ୍ଜିନିୟର ଏବଂ ‘everything app’ କରିବାକୁ ଚାହୁଁଛନ୍ତି, ଦୟାକରି [email protected]କୁ ଆପଣଙ୍କର ସର୍ବୋତ୍ତମ କାମ ପଠାଇ ଆମ ସହିତ ଯୋଗଦାନ କରନ୍ତୁ,। ଆମକୁ କେବଳ ଆପଣଙ୍କର କୋଡ୍ ଦେଖାନ୍ତୁ।
‘everything app’କ’ଣ?
ମସ୍କଙ୍କ ‘everything app’ କିମ୍ବା ‘ସୁପର ଆପ୍’ର ଆଇଡିଆ ହେଉଛି ଏକ ଆପ୍ଲିକେଶନ ଯାହା ୟୁଜରଙ୍କୁ ମେସେଜିଂ, ସୋସିଆଲ ନେଟ୍ଓ୍ବାର୍କିଂ, ପିଅର୍-ଟୁ-ପିଅର୍ ପେମେଣ୍ଟ ଏବଂ ଇ-କମର୍ସ ସପିଂ ଇତ୍ୟାଦି ବିଭିନ୍ନ ସେବା ପ୍ରଦାନ କରିବ। ଏପରି ଆପ୍ ଏସିଆରେ ବିଶେଷ ଭାବରେ ଲୋକପ୍ରିୟ, ଯେପରିକି ଚୀନର WeChat, ଯାହାର ମାସିକ ଏକ ବିଲିୟନରୁ ଅଧିକ ୟୁଜର ଅଛନ୍ତି। ଏହି ଆପ୍ ବ୍ୟବହାରକାରୀଙ୍କୁ କାର କିମ୍ବା ଟ୍ୟାକ୍ସି ବୁକ କରିବାକୁ, ବନ୍ଧୁ ଏବଂ ପରିବାରକୁ ଟଙ୍କା ପଠାଇବାକୁ କିମ୍ବା ଷ୍ଟୋରରେ ଦେୟ ଦେବାକୁ ଅନୁମତି ଦିଏ।