ନୀରଜଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ହିମାନୀ, ୨୦୧୭ରୁ ବିଶ୍ୱସ୍ତରୀୟ ପ୍ରତିଯୋଗାତାରେ ହୋଇଛନ୍ତି ସାମିଲ

ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ଜାଭେଲିନ୍ ପ୍ଲେୟର୍ ନୀରଜ । ସ୍ତ୍ରୀ ହିମାନୀ ବିଦେଶରେ ପଢ଼ୁଛନ୍ତି ପାଠ ।

ନୂଆଦିଲ୍ଲୀ: ଭାରତର ଜାଭେଲସିନ୍ ଖେଳାଳି ନୀରଜ ଚୋପ୍ରା ବୈବାହିତ ଜୀବନ ଆରମ୍ଭ କରିଛନ୍ତି । ଦୁଇ ଦୁଇ ଥର ଅଲମ୍ପିକ ମେଡାଲ ଜିତିଥିବା ନୀରଜ, ହିମାନୀ ମୋରଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ।

ଫଟୋ ସେୟାର: ଉଭୟ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ନୀରଜ ବିବାହର କିଛି ଫେଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ନୂଆ ଜୀବନ ଆରମ୍ଭ କରିଥିବା କ୍ୟାପ୍ସନରେ ଲେଖିଛନ୍ତି ।

ପ୍ରତିଭାରେ ହିମାନୀ ନୀରଜଙ୍କଠାରୁ କମ୍ ନୁହଁନ୍ତି । ହିମାନୀଙ୍କ ଘର ହରିୟାଣାର ସୋନପଥରେ । ମିରାଣ୍ଡା ହାଉସରୁ ହିମାନୀ ପଲିଟିକାଲ ସାଇନ୍ସ ଏବଂ ଫିଜିକାଲ ଏଜୁକେଶନରେ ବ୍ୟାଚେଲର ଡିଗ୍ରୀ ହାସଲ କରିଛନ୍ତି ।

ବିଶ୍ୱସ୍ତରୀୟ ମ୍ୟାଚ୍:୨୦୧୭ରେ ତାଇୱାନରେ ଅନୁଷ୍ଠିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଦିଲ୍ଲୀ ୟୁନିଭର୍ସିଟି ପକ୍ଷରୁ ଖେଳିଥିଲେ ହିମାନୀ । ପଢ଼ା ପାଇଁ ତାଙ୍କୁ ଆମେରିକା ଯିବାକୁ ପଡ଼ିଥିଲା । ସାଉଥଇଷ୍ଟର୍ନ ଲୁଇଥସିଆନା ୟୁନିଭର୍ସିଟିରେ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟ କରିଥିଲେ । ଏହାବ୍ୟତୀତ ସ୍ପୋର୍ଟସ ଏବଂ ଫିଟନେସ୍ ଆଡମିନିଷ୍ଟ୍ରେଶନ୍/ମ୍ୟାନେଜମେଣ୍ଟ ସାଙ୍ଗକୁ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ ୨ଟି ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

ନ୍ୟଶନାଲ ର୍ୟାଙ୍କିଂ: ଆମେରିକାର ଫ୍ରାଙ୍କଲିନ୍ ପ୍ରିସ୍ ୟୁନିଭର୍ସିଟିରେ ହିମାନୀ ଏମବିଏ କରିଛନ୍ତି । ବତ୍ତର୍ମାନ ସେ ମିକକୋରମାକ୍ ଇସେନବର୍ଗ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍ ସାଇନ୍ସ ପଢୁଛନ୍ତି ।

ଅଲ ଇଣ୍ଡିଆ ଟେନିସ୍ ଆସୋସିଏଶନ୍ (ଏଆଇଟିଏ)ର ୨୦୧୮ ମସିହା ବେଷ୍ଟ ନ୍ୟାଶନାଲ ର୍ୟାଙ୍କିଂରେ ହିମାନୀ ସିଙ୍ଗିଲ୍ସରେ ୪୨ ନମ୍ବରରେ ଥିବାବେଳେ ଡବଲ୍ସରେ ୨୭ ନମ୍ବର ର୍ୟାଙ୍କ ମିଳିଥିଲା ।

ନୀରଜ ଚୋପ୍ରା ପ୍ରଥମ ଏସିଆନ୍ ଯେ, ଜାଭେଲିନ ଥ୍ରୋ’ରେ ୨୦୨୦ରେ ଅଲମ୍ପିକ୍ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ୨୦୨୩ରେ ମଧ୍ୟ ନୀରଜ ପଦକ ଜିତିଛନ୍ତି । ନୀରଜ ବିଶ୍ୱର ୟଙ୍ଗେଷ୍ଟ ଅଲମ୍ପିକ ଗୋଲ୍ଡ ମେଡାଲିଷ୍ଟ ।