ଆଜିଠୁ କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆଇ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଆଜିଠୁ ଆରମ୍ଭ ହେଲା କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପୁରୀ: ଆଜିଠୁ କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏଥିସହ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ମଧ୍ୟ ଏହି ସଭାରେ ଯୋଗ ଦେଇଛନ୍ତି। ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି।
୧୬ଟି ରାଜ୍ୟର ଖଣିମନ୍ତ୍ରୀ ସାମିଲ: ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରାଳୟ ତରଫରୁ ସମ୍ମିଳନୀର ଏହି ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି। ବିକଶିତ ଭାରତ ୨୦୪୭ ଭିଜନ ସମନ୍ୱିତ ଦୁଇଦିନିଆ ଏହି ସମ୍ମିଳନୀରେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ସାମିଲ ହୋଇଛନ୍ତି।
ଏଥିସହ ଜମ୍ମୁ-କାଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଫୋକସ୍ ରହିବ।