ବାହାହେଲେ ଦର୍ଶନ୍, ପିଲାବେଳର ସାଙ୍ଗଙ୍କୁ ବାଛିଲେ ଜୀବନ ସାଥୀ
ସ୍କୁଲରେ ପଢ଼ୁଥିଲେ ଏକାଠି । ବର୍ତ୍ତମାନଠାରୁ ଜୀବନର ସଂଘର୍ଷ ଲଢ଼ିବେ ଏକାଠି ।
ନୂଆଦିଲ୍ଲୀ: ଲୋକପ୍ରୀୟ ଗାୟକ ଦର୍ଶନ ରାଭଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶନିବାର ଦିନ ବୈଦିକ ରୀତିନୀତିରେ ଦର୍ଶନ ଓ ଧାରଲ ଦୁହିଁଙ୍କର ହାତଗଣ୍ଠି ପଡ଼ିଥିଲା । ଦର୍ଶନଙ୍କ ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବାହାଘରରେ ଦର୍ଶନ୍ ଇଭୋରି ରଙ୍ଗର ଶେରୱାନି ପିନ୍ଧିଥିବାବେଳେ ସ୍ତ୍ରୀ ଧାରଲ ପିନ୍ଧିଥିଲେ ଲାଲ ରଙ୍ଗର ଲେହେଙ୍ଗା ।
ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବାର ଫଟୋ ଦର୍ଶନ ଶେୟାର କରିବା ସହ କ୍ୟାପ୍ସନରେ ଲେଖିଥିଲେ, ମାଇଁ ବେଷ୍ଟ ଫ୍ରେଣ୍ଡ ଫର୍ ଏଭର ।
ସିଙ୍ଗିଙ୍ଗ ଶୋ’ ର’ଷ୍ଟାରର ରନରଅପ୍ ହୋଇଥିଲେ । ୨୦୧୪ରେ ଏହି ଶୋ’ ହୋଇଥିଲା । ଓଡ଼ିଶାର ଋତୁରାଜ ମହାନ୍ତି ଶୋ’ର ବିଜେତା ହୋଇଥିଲେ ।
ଦର୍ଶନ ୨୦୧୫ରେ ବଲିଉଡ୍ରେ ଡେବ୍ୟୁ କରିିଥିଲେ । ତାଙ୍କ ‘ଚୋଗାଡ଼ା’ ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାଛଡ଼ା ଦର୍ଶନଙ୍କ କ୍ୟୁଟ୍ ଚେହେରା ପାଇଁ ତାଙ୍କ ଫ୍ୟାନ ଫଲୋୟର୍ସଙ୍କ ଭିତରେ ଅଧିକାଂଶ ଯୁବତୀ ଅଛନ୍ତି ।
ଦର୍ଶନଙ୍କ ସ୍ତ୍ରୀ ଧାରଲ ସୁରେଲିଆ ଜଣେ ସିଭିଲ୍ ଇଞ୍ଜିନିୟର ଏବଂ ଡିଜାଇନର ।