ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡିଲେ ୮ ଛାତ୍ର

ସ୍କୁଲ ଛୁଟିପରେ ବିଷାକ୍ତ ଫଳ ଖାଇଦେଲେ ଛାତ୍ର। ୮ ଜଣ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି।

ରାୟଗଡ଼ା: ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କ ଖୁସି କହିଲେ ନ ସରେ। ପିଲାମାନେ ସ୍କୁଲରୁ ଫେରିବା ବାଟରେ ଅନେକ ମଜା ଏବଂ ଖେଳକୁଦ କରି ଘରକୁ ଫେରିଥାଆନ୍ତି। ତେବେ ଏହି ସ୍କୁଲ ଫେରିବା ସମୟରେ ଛାତ୍ରମାନେ ବିଷାକ୍ତ ଫଳ ଖାଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି।

ବିଷାକ୍ତ ଫଳ ଖାଇବା ହେତୁ ୮ ଜଣ ଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ରାୟଗଡ଼ାର କଲନତା ବ୍ଲକ ଥେରୁବାଲି ବୋରିଗୁଡ଼ା ଗାଁର ୮ଜଣ ଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଏହି ଛାତ୍ରମାନେ ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି।