CHARIDHAM

ଓଡ଼ିଶାରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ

ରାଜ୍ୟରେ ଏବେ ୫ ଲକ୍ଷ ୨୯ ହଜାର ସକ୍ରିୟ ମହିଳ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି

ଭୁବନେଶ୍ୱର: ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ଏଥିପାଇଁ ତତ୍ପରତା ଦେଖାଇବାକୁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ସମସ୍ତ ଜିଲାପାଳଙ୍କୁ ଚିଠି କରିଛନ୍ତି ।

ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ତାଲିମ ଦେବା ଓ ପ୍ରୋତ୍ସାହନ ପ୍ରଦାନ ଆଦି ପ୍ରକ୍ରିୟାକୁ ଜୋରଦାର କରିବାକୁ ଜିଲା ଅଧିକାରୀଙ୍କୁ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସବୁଠୁ ଅଧିକ ଗୁରୁତ୍ବ ଦେଉଥିବା କ‌ଥା କୁହାଯାଇଛି।

ଉଲ୍ଲେଖନୀୟ ଯେ, ମହିଳା ସଶକ୍ତିକରଣ ଅଭିଯାନ ଭିତରେ ‘ଲକ୍ଷପତି ଦିଦି ଏକ ସ୍ବତନ୍ତ୍ର ଅଭିଯାନ। ପ୍ରତି ମହିଳା ଗୋଷ୍ଠୀରେ ଅତିକମ୍‌ରେ ୧୦ ଜଣ ସଦସ୍ୟ ଅଛନ୍ତି। ଏମିତି ରାଜ୍ୟରେ ଏବେ ୫ ଲକ୍ଷ ୨୯ ହଜାର ସକ୍ରିୟ ମହିଳ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି। ୬୦ ଲକ୍ଷରୁ ଅଧିକ ମହିଳା ରେ ସଦସ୍ୟା ଅଛନ୍ତି।

ଏମାନଙ୍କ ମଧ୍ୟରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୬ ଲକ୍ଷ ୧୯ ହଜାର ‘ଲକ୍ଷପତି ଦିଦି’ ଚିହ୍ନଟ କରିବା ଅଥବା ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର ସରକାର।

କୁହାଯାଇଛି ଯେ, ଯେଉଁ ମହିଳା ସରକାରଙ୍କ ଜୀବିକା ମିଶନରେ ସାମିଲ ହୋଇ ନିଜର ବାର୍ଷିକ ଆୟ ୧ଲକ୍ଷ ଟଙ୍କା ପାର କରିଛନ୍ତି ସେଦମାନଙ୍କୁ ଙ୍କୁ ‘ଲକ୍ଷପତି ଦିଦି’ ଆଖ୍ୟା ଦେବେ ସରକାର। ଗତ କିଛିବର୍ଷ ହେବ ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବିପୁଳ ସୁଧରେ ରିହାତି ରିହାତି ଯୁକ୍ତ ଋଣ ଏବଂ ଆବର୍ତନ ପାଣ୍ଠି (ରିଭଲଭିଂ ଫଣ୍ଡ) ସରକାର ଦେଉଛନ୍ତି।