ବିବାହ-କଳହ ପରେ ହତ୍ୟା, ସ୍ତ୍ରୀକୁ ହତ୍ୟା କରି କୁକରରେ ସିଟି ମାରିଲା… ପରେ ନେଇ ହ୍ରଦରେ ଫିଙ୍ଗିଲା ପିଶାଚ ସ୍ବାମୀ
ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ହତ୍ୟା ଘଟଣା । ସ୍ତ୍ରୀକୁ ହତ୍ୟା କରି କୁକରରେ ସିଟି ମାରିଲା ସ୍ବାମୀ ।
ନୂଆଦିଲ୍ଲୀ: ହତ୍ୟା ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରିବା ଘଟଣା ସାଧାରଣ ହୋଇଗଲାଣି । ଶ୍ରଦ୍ଧା ହତ୍ୟା ମାମଲା ପରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା ।
ସ୍ତ୍ରୀକୁ ହତ୍ୟା କରିବା ପରେ ପ୍ରେସକୁକରରେ ସିଝାଇ ଦେଲା ସ୍ବାମୀ । ହାଇଦ୍ରାବାଦରୁ ସାମ୍ମାକୁ ଆସିଛି ଏହି ଛାତିଥରା ଘଟଣା । ପୂର୍ବତନ ସେନା କର୍ମଚାରୀ ତାଙ୍କ ସ୍ତ୍ରୀ ସହିତ ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।
ମୃତଦେହକୁ ଖଣ୍ଡଖଣ୍ଡ କରି ସିଟି ମାରିଲା- ତେବେ ଜହ୍ଲାଦ ସ୍ବାମୀ କେବଳ ନିଜ ସ୍ତ୍ରୀକୁ ହତ୍ୟା କରି ନାହିଁ । ବରଂ ଖଣ୍ଡଖଣ୍ଡ କରି କୁକରରେ ସିଝାଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶରୀରର ଅଂଶଗୁଡ଼ିକୁ ରାନ୍ଧି ମୀରପେଟ୍ ହ୍ରଦରେ ଫିଙ୍ଗି ଦେଇଥିଲେ ।
କୁହାଯାଉଛି ଯେ, ମୃତଦେହକୁ ନଷ୍ଟ କରିବା ପାଇଁ ସ୍ବାମୀ ଏହି ପନ୍ଥା ଆପଣାଇଥିଲା । ଯେପରି କେହି ସନ୍ଦେହ କରିବେ ନାହିଁ । ଏହି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ନିଖୋଜ ରହିଥିଲେ ମହିଳା- ମୃତ ମହିଳାଙ୍କ ନାମ ଭେଙ୍କଟ ମାଧବୀ। ପରିବାର ଲୋକେ କହିଛନ୍ତି ଯେ, ସେ ଜାନୁଆରୀ ୧୬ ତାରିଖରେ ନିଖୋଜ ହୋଇଯାଇଥିଲେ, ତା’ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଅଭିଯୁକ୍ତ ଜଣକ DRDOରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ ଏବଂ ତାଙ୍କର 2 ଛୁଆ ମଧ୍ୟ ରହିଛି । ତେବେ ପ୍ରକୃତ ଘଟଣାର ସନ୍ଧାନ ମିଳିନଥିଲା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।