ଭାରତର ଏହି ରାଜ୍ୟରେ ‘ମଦ ନିଷେଧ’ ଲାଗୁ: ୧୭ ସହର ହୋଇଗଲା ଡ୍ରାଏ ସିଟି, ଜାଣନ୍ତୁ ତାହାର ନାଁ
ଏହି ସମସ୍ତ ୧୭ଟି ଧାର୍ମିକ ସହର, ଯେଉଁଠାରେ ଆଉ ମଦ ବିକ୍ରି ହେବ ନାହିଁ...
ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ ‘ଡେଷ୍ଟିନେସନ୍ କ୍ୟାବିନେଟ୍ ବୈଠକରେ’ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେବୀ ଅହଲ୍ୟା ବାଈଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ଖାରଗୋନର ମହେଶ୍ୱରରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମଦ ନିଷେଧ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଏହା ଅଧୀନରେ ରାଜ୍ୟର ୧୭ଟି ସହରରେ ଏବେ ମଦ ନିଷେଧ କରାଯାଇଛି ।
ଏହି ସମସ୍ତ ୧୭ଟି ଧାର୍ମିକ ସହର, ଯେଉଁଠାରେ ଆଉ ମଦ ବିକ୍ରି ହେବ ନାହିଁ । ଉଜ୍ଜୈନ, ଓରଛା, ସାଲକାନପୁର, ଚିତ୍ରକୂଟ, ଓଁକାରେଶ୍ୱର, ମହେଶ୍ୱର, ମୈହାର, ଅମରକଣ୍ଟକ ଏବଂ ମନ୍ଦସୌରର ପଶୁପତିନାଥ ମନ୍ଦିର ଅଞ୍ଚଳରେ ମଦ ଉପରେ ନିଷେଧ ଲାଗୁ ହେବ ।
କ୍ୟାବିନେଟ ବୈଠକ ପୂର୍ବରୁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ କ୍ୟାବିନେଟ ସହଯୋଗୀଙ୍କ ସହିତ ନର୍ମଦା ନଦୀ କୂଳରେ ପୂଜା କରିଥିଲେ ଏବଂ ରାଜ୍ୟର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ରାଜ୍ୟ ସରକାର ଏହି ଐତିହ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ।
ଏହି କ୍ରମରେ, ରାଣୀ ଅହଲ୍ୟା ବାଈଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ବର୍ଷର ଦଶହରା ମଧ୍ୟ ତାଙ୍କୁ ଉତ୍ସର୍ଗୀକୃତ । ଇନ୍ଦୋରରେ ଅସ୍ତ୍ର ପୂଜା କରାଯାଇଛି । ଆଜି ଏଠାରେ କ୍ୟାବିନେଟ୍ ବୈଠକ ହେଉଛି ଏବଂ ଏଥିରେ ଜନହିତକର ଅନେକ ନିଷ୍ପତ୍ତି ନିଆଯିବ ।