ମାହାଙ୍ଗା ଡବଲ ମର୍ଡ଼ର ମାମଲା: ବଢ଼ିଲା ପ୍ରତାପଙ୍କ ଅଡ଼ୁଆ, ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡ଼ର ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛିା ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟା

ଆସନ୍ତା ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶା ଏହା ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା

ମାହାଙ୍ଗା ଡବଲ ମର୍ଡ଼ର ମାମଲାରେ ମୃତ କୁଳମଣିଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୋ ପ୍ରତାପଙ୍କୁ ହାଇକୋର୍ଟ କ୍ଲିନ୍‌ଚିଟ୍ ଦେବାରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ରଞ୍ଜିତା

ସୂଚନା ମୁତାବକ, ୨୦୨୧ ଜାନୁଆରୀ ୨ ତାରିଖ ସଂଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା ।

ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଦର୍ଶା ଯାଇଥିବାବେଳେ ପୋଲିସ ଚାର୍ଜସିଟ ଦାଖଲ ବେଳେ ତାଙ୍କ ନାଁକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।