ଶୋଇବା ସମୟରେ ଆପଣଙ୍କ ଆଖି ଖୋଲା ରହୁଛି କି? ଜାଣନ୍ତୁ ଏହା ପଛର କାରଣ

ଶରୀର କୋଷରେ ଜଳ ଅଭାବ ଯୋଗୁଁ ଆଖି ପତା ସଙ୍କୁଚିତ ହୋଇଥାଏା ଫଳରେ ଶୋଇବା ସମୟରେ ଅସୁବିଧା ଦେଖାଦିଏା

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ଆଖି ବନ୍ଦ କରି ଶୋଇଥାଉା କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆଖି ଖୋଲି ଶୋଇଥାନ୍ତିା ବିଶେଷ କରି ଛୋଟ ପିଲାମାନୋ
ଏହା ନିଦ୍ରା ଉପରେ କୌଣସି ପ୍ରଭାବ ପକାଇନଥାଏ କିନ୍ତୁ ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ କିଛି କହିଥାଏା

କ’ଣ କୁହେ ରିସର୍ଚ୍ଚ: ଏକ ରିସର୍ଚ୍ଚ ଅନୁଯାୟୀ ମାତା ପିତାଙ୍କ ମଧ୍ୟରୁ ଜଣେ ଆଖି ଖୋଲି ଶୋଉଥିଲେ ପିଲାଙ୍କ ଠାରେ ମଧ୍ୟ ଏହି ଅଭ୍ୟାସ ଦେଖାଦିଏା ମେଡିକାଲ ଭାଷାରେ ଏହାକୁ ରାତ୍ରିକାଳୀନ ଲେଗୋଥାଲ୍ମୋସ୍‌(Nocturnal lagopthalmos) ବୋଲି କୁହାଯାଏା

ଏହା କୌଣସି ସ୍ନାୟୁଗତ କିମ୍ବା ବ୍ୟବହାର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଦେଖାଦେଇପାରୋ

ଅନ୍ୟ କାରଣ: ଏହା ବ୍ୟତୀତ ମୋଟା ଆଖି ପତା, ଚେହେରାରର ଶିରା କିମ୍ବା ମାଂସପେଶୀରେ ଦୁର୍ବଳତା(Bell’s palsy), ଚିକେନପକ୍ସ କିମ୍ବା ଅନ୍ୟ ସିଣ୍ଡ୍ରୋମ ଯୋଗୁଁ ହୋଇପାରୋ
ଶରୀରରେ ଔଷଧର ଓଭରଡୋଜ୍‌, ନିଦ୍ରାହୀନତା ପାଁଇ ଏଭଳି ସମସ୍ୟା ଦେଖାଦେଇପାରୋ

ଶରୀର କୋଷରେ ଜଳ ଅଭାବ ଯୋଗୁଁ ଆଖି ପତା ସଙ୍କୁଚିତ ହୋଇଥାଏା ଫଳରେ ଶୋଇବା ସମୟରେ ଅସୁବିଧା ଦେଖାଦିଏା

ୟୁରୋଫେସିଆଲ ସିଣ୍ଡ୍ରୋମ ବିଶେଷ କରି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦିଏା

ଏହା ବ୍ୟତୀତ ଛୋଟ ପିଲା ବାରମ୍ବାର ଆଖି ପଲକ ପକାଇବା ବା ରାପିଡ୍ ଆଇ ମୁମେଣ୍ଟ୍ ପାଇଁ ସ୍ଲିପ୍ ବିହେବିୟର ଡିସଅର୍ଡର ଦେଖାଦେଇଥାଏା

ଏହା ପଛରେ ଅନେକ କାରଣ ରହିଛି ଯେମିତି ପଲକରେ ଆଘାତ ଲାଗିବା, ଜ୍ୱଳନ ଦାଗ, ଅସ୍ତ୍ରୋପଚାର, ଗ୍ରେଭ୍‌ସ ଆପ୍‌ଥାଲ୍ମୋପାଥୀ, ଜେନେଟିକ୍ ଇତ୍ୟାଦିା
ଏଭଳି ସ୍ଥିତିରେ ସଠିକ୍ ସମୟରେ ଏହି ରୋଗର ଚିକିତ୍ସା ନ କରିଲେ ଗମ୍ଭୀର ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରୋ