ମହାକାଶରେ ISROର ସେନ୍ଚୁରୀ: ଶ୍ରୀହରିକୋଟାରୁ ଲଞ୍ଚ ହେଲା ୧୦୦ତମ ରକେଟ
ଇସ୍ରୋ ଆଜି ସକାଳୁ ନିଜ ୧୦୦ତମ ମିଶନକୁ ଲଞ୍ଚ କରିଛି। ଇସ୍ରୋ ମିଶନ NVS-02 ନେଭିଗେସନ ସାଟେଲାଇଟର ଉତପେକ୍ଷଣ କରିଛି।
ନୂଆଦିଲ୍ଲୀ: ଭାରୀୟ ମହାକାଶ ଅନୁସନ୍ଧାନ କେନ୍ଦ୍ର ପାଇଁ ବୁଧବାର ଦିନ ଐତିହାସିକ ଏହିଛି। ISRO ଆଜି ଲଞ୍ଚର ସେନଚୁରୀ ଲଗାଇଛି। ଆଜି ସକାଳ ଠିକ ୬ଟା ୨୩ ମିନିଟରେ ଇସ୍ରୋ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ନିଜର ୧୦୦ତମ ମିଶନ ଲଞ୍ଚ କରିଛି।
ଏହି ଐତିହାସିକ ମିଶନ ଅନୁଯାୟୀ GSLV-F15 ରକେଟକୁ ଲଞ୍ଚ କରାଯାଇଛି, ଯେଉଁଥିରେ ନେଭିଗେସନ ସାଟେଲାଇଟ NVS-02 ଉପଗ୍ରହକୁ ସଫଳତା ଭାବେ ଜିୟୋସିଙ୍କ୍ରୋନଓ ଟ୍ରାନ୍ସଫର ଆର୍ବିଟରେ ସ୍ଥାପିତ କରାଯାଇଛି।
ଆଜିଠାରୁ ପାଖାପାଖି ୪ ଦଶକ ପୂର୍ବରୁ ଇସ୍ରୋର ବୈଜ୍ଞାନିକମାନେ ସେହି ସମୟ ବି ଦେଖିଛନ୍ତି, ଯେଉଁ ସମୟରେ ରକେଟର ଅଂଶକୁ ଶଗଡ଼ ଏବଂ ସାଇକେଲ ପଛରେ ବାନ୍ଧି ମିଶନ ଲଞ୍ଚ ପାଇଁ ନେଉଥିଲେ, ହେଲେ ଆଜି ଇସ୍ରୋ ମହାକାଶର ଦୁନିଆରେ ନିଜକୁ ସ୍ଥାପିତ କରିଦେଇଛି।
NVS-02 ମିଶନ: ଇସ୍ରୋର ୧୦୦ତମ ଉଡାଣ ଜିଏସଏଲବି-ଏଫ୧୫ ରକେଟର ସାହାଯ୍ୟରେ କରାଯାଇଛି। ଏହି ରକେଟ ସହ ଏକ ଖାସ ନେଭିଗେସନ ସାଟେଲାଇଟକୁ ଲଞ୍ଚ କରାଯାଇଛି, ଯାହା ସାଧାରଣ ମଣିଷଙ୍କ ପାଇଁ ସ୍ୱଦେଶୀ ଜିପିଏସ ସିଷ୍ଟମରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ।