ଅନିଲ ଅଗ୍ରୱାଲଙ୍କୁ କାହିଁକି କଳାପତାକା ଦେଖାଇ ଥିଲେ ଗ୍ରୀନ ଟିମ୍ ଓଡ଼ିଶାର ସଦସ୍ୟ, ଆଜି କାରଣ ଏବଂ ଦାବିକୁ କଲେ ଉପସ୍ଥାପନା

ଭୁବନେଶ୍ୱର: ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଗ୍ରୀନ ଟିମ୍ ଓଡ଼ିଶାର ସଭାପତି ବିଭୂତି ଭୂଷଣ ମହାପାତ୍ର , ସମ୍ପାଦକ ଗଣେଶ ସାହୁ, ସଦସ୍ୟ ଓମ୍ ପଟ୍ଟନାୟକ , ଶ୍ରୀନିବାସ ଖମାରୀ, ସୌମ୍ୟ ରଞ୍ଜନ ବରାଳ ପ୍ରମୁଖ ବିରୋଧର କାରଣ ବିଷୟରେ କହିବା ସହ ସରକାରଙ୍କ ନିକଟରେ ନିମ୍ନଲିଖିତ ଦାବୀ ରଖିଛନ୍ତି।

– ଝାରସୁଗୁଡ଼ା ଏବଂ କଳାହାଣ୍ଡି ରେ ବେଦାନ୍ତ କମ୍ପାନୀ ର ରେଡ ମଡ ପଣ୍ଡ ମନମୁଖୀ କାର୍ଯ୍ୟ ଓ ଦୂଷିତ ପାଉଁଶ, ପାଣି ପାଇଁ ହଜାର ହଜାର ହେକ୍ଟର ଚାଷ ଜମି ନଦୀ , ନାଳ, ଧନ ଓ ଜୀବନ ନଷ୍ଟ ହେଉଛି। ( କଳାହାଣ୍ଡି ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ରେଡ଼ ମଡ଼ ପୋଖରୀ ଯାହା ବିଷାକ୍ତ ରାସାୟନିକ ପାଣିରେ ଗଚ୍ଛିତ ଥାଏ ।

ସେହି ପୋଖରୀ ଭାଙ୍ଗି ଯିବା ଦ୍ୱାରା କଳାହାଣ୍ଡି ର ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା ଏହା ସହ ବଂଶଧାରା ନଦୀ ସମ୍ପୂର୍ଣ ଦୂଷିତ ହୋଇଯାଇଥିଲା) । ତୁରନ୍ତ ଏହାର କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ ଭରିବାକୁ ଦାବୀ ରଖିଛନ୍ତି।

– ବେଦାନ୍ତ ପାଇଁ ସିଜିମାଳିରେ ଅତ୍ୟାଚାର କରି ମୂଳନିବସିଙ୍କୁ ଜବରଦସ୍ତି ବିସ୍ଥାପିତ କରାଇବାକୁ ପ୍ରୟାସ କରୁଛି ବେଦାନ୍ତ। ଏହାକୁ ବିରୋଧ କରିବା ସହ ତୁରନ୍ତ ସେମାନଙ୍କୁ ନ୍ୟୟ ଦେବାକୁ ଦାବୀ।

– ବେଦାନ୍ତ କମ୍ପାନୀ ଯଦି ଓଡ଼ିଶାରେ ନିବେଶ କରିବାକୁ ଉତ୍କର୍ଷ ଓଡ଼ିଶା ମଧ୍ୟମରେ ପ୍ରତିଶୃତି ଦେଉଛି ତେବେ ଓଡିଆ ଯୁବକ ମାନଙ୍କୁ ଶତ ପ୍ରତିଶତ ନିଯୁକ୍ତି ପ୍ରାଥମିକତା ଦେବାକୁ ଦାବୀ।

– ଓଡ଼ିଶାର ପରିବେଶ ସୁରକ୍ଷା ପାଇଁ ଏନ ଜି ଟି ର ଦ୍ବାରସ୍ଥ ହେବା ସହ ଆଇନ ଗତ ଲଢେଇ ଲଦିବା ପାଇଁ ଦ ଗ୍ରୀନ ଟିମ୍ ଓଡ଼ିଶା ପ୍ରସ୍ତୁତ ହେଉଛି।

ବେଦାନ୍ତ କମ୍ପାନୀ ଦ୍ୱାରା ଓଡ଼ିଶାର ଜଳ ଜଙ୍ଗଲ ଓ ଜମୀ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବାରୁ ଦ ଗ୍ରୀନ ଟିମ୍ ଓଡ଼ିଶା ର ସଦସ୍ୟମାନେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ଙ୍କୁ ବିରୋଧ କରିଥିଲେ।

ଯଦି ଏହି ଦାବୀ ପୂରଣ ନହୁଏ ଆଗମୀ ଦିନରେ ଆନ୍ଦୋଳନ କୁ ଆହୁରି ଜୋରଦାର ହେବ ବୋଲି ଦ ଗ୍ରୀନ ଟିମ୍ ଓଡ଼ିଶା ର ସଦସ୍ୟ ମାନେ କହିଥିଲେ ।