୮୫୦ ଟଙ୍କା ବଢିଗଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ରେଟ
ଆଜି ଭୁବନେଶ୍ୱରରେ ବଢିଗଲା ସୁନା ଦର । ଜାଣନ୍ତୁ
ଭୁବନେଶ୍ୱର: ସୁନା ଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି ଦର ବଢିବାରେ ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି । ତେବେ ଆଜି ପୁଣିଥରେ ଭୁବନେଶ୍ୱରରେ ସୁନା ଦର ବଢିଛି । ତେବେ ଆସନ୍ତୁ ଜାଣିବା ୧୦ ଗ୍ରାମ ସୁନା ମୂଲ୍ୟ କେତେ ।
୨୨ କ୍ୟାରେଟ ସୁନା: ଆଜି ଭୁବନେଶ୍ୱରରେ ୨୨ କ୍ୟାରେ ସୁନା ଦର ୧ ଗ୍ରାମ ପିଛା ୭ ହଜାର ୫୯୫ ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା ୭୫ ହଜାର ୯୫୦ ଟଙ୍କା ରହିଛି ।
ଗତକାଲି ଏହି ମୂଲ୍ୟ ୧ ଗ୍ରାମ ପିଛା ୭ ହଜାର ୫୧୦ ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା ୭୫ ହଜାର ୧୦୦ ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ ୮୫ ଟଙ୍କା ବଢିଛି ଏବଂ ୧୦ ଗ୍ରାମ ପିଛା ୮୫୦ ଟଙ୍କା ବଢିଯାଇଛି ।
୨୪ କ୍ୟାରେଟ: ଆଜି ଭୁବନେଶ୍ୱରରେ ୨୪ କ୍ୟାରେ ସୁନା ଦର ୧ ଗ୍ରାମ ପିଛା ୮ ହଜାର ୨୮୫ ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା ୮୨ ହଜାର ୮୫୦ ଟଙ୍କା ରହିଛି ।
ଗତକାଲି ଏହି ମୂଲ୍ୟ ୧ଗ୍ରାମ ପିଛା ୮ ହଜାର ୧୯୩ ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା ୮୧ ହଜାର ୯୩୦ ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ ୯୨ ଟଙ୍କା ବଢିଛି ଏବଂ ୧୦ ଗ୍ରାମ ପିଛା ୯୨୦ ଟଙ୍କା ବଢିଯାଇଛି ।