fbpx

ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୧ ।୧୨(ଓଡିଶା ଭାସ୍କର): ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଗାମୀ ୩ ଦିନ ସମ୍ବଲପୁର ବନ୍ଦ ରହିବ । ଏନେଇ ବିଭିନ୍ନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । କମିଟି ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାନବାହନ ଚଳାଚଳ ସମେତ ସ୍କୁଲ, କଲେଜରେ ଏହାର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଦୀର୍ଘ ଦିନରୁ ଓକିଲ ସଂଘ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କିଛି ବି ସୁଫଳ ମିଳିପାରି ନାହିଁ ।

Get real time updates directly on you device, subscribe now.