ବଦଳିବ ରେଲଓ୍ୱେର କାୟାକଳ୍ପ, ଗଡ଼ିବ ନୂଆ ୩୫୦ଟି ଟ୍ରେନ

ବ୍ୟୟବରାଦ ଅନୁସାରେ ଗଡିବ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍। ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚାଲିବ। ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।

ନୂଆଦିଲ୍ଲୀ: ସରିଯାଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଘୋଷଣା। ଆଉ ଏହି ବଜେଟ୍ ଭାରତବାସୀଙ୍କ ପାଇଁ କିଛିଟା ନିରାସା ଆଣିଦେଇଥିବା ବେଳେ, ଅନେକ ଖୁସି ମଧ୍ୟ ଆଣିଦେଇଛି।

ଏକଥା କହିବାର ଅର୍ଥ ହେଉଛି ବଜେଟ୍ ଘୋଷଣା ପରେ କିଛିଟା ଜିନିଷ ମହଙ୍ଗା ହୋଇଥିବା ବେଳେ, କିଛି ଜିନିଷ ଶସ୍ତା ହୋଇଛି। ଆଉ ଏହାରି ଭିତରେ ରେଲଓ୍ୱେ ପାଇଁ ମଧ୍ୟ ବ୍ୟୟବରାଦ ହୋଇଛି। ଯେଉଁଥିରେ ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବା ନେଇ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

କେତେ ହୋଇଛି ବ୍ୟୟବରାଦ: ତେବେ ଯଦି ଚଳିତ ବଜେଟ୍ ଉପରେ ନଜର ପକାଇବା ତାହାଲେ ରେଲୱେ ପାଇଁ ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ବିଭିନ୍ନ ଯୋଜନା ଉପରେ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଥିବା ବେଳେ, ରେଲଓ୍ୱେ ପାଇଁ ଏହି ବ୍ୟୟବରାଦ ବୋହୁତ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି। କାରଣ ଏହି ବ୍ୟୟବରାଦରେ ଅନେକ ନୂଆ ନୂଆ ପ୍ରୋଜେକ୍ଟ ଆରମ୍ଭ ହେବା ସହ ନୂଆ ନୂଆ ଟ୍ରେନ ଗଡ଼ିବା ନେଇ ଆଶା ରଖାଯାଇଛି।

କ’ଣ ରହିଛି ଯୋଜନା: ବ୍ୟୟବରାଦ ଅନୁସାରେ ନୂଆ ଟ୍ରେନ୍, ରେଳ ଓଭରବ୍ରିଜ୍ ଏବଂ ଷ୍ଟେସନର ଉନ୍ନତିକରଣ କୁ ଫୋକସ ଦିଆଯାଇଛି। ଏଥିରେ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍, ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି।

ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ମଧ୍ୟ ଲକ୍ଷ୍ୟ ରହିଛି। ଏହାଛଡା ଏହି ବ୍ୟୟବରାଦରେ ଆସିଥିବା ଟଙ୍କାରେ ରେଳ ସୁରକ୍ଷାରେ ଖର୍ଚ୍ଚ ହେବ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା।

ସେହିପରି ଆଗାମୀ ୪ରୁ ୫ ବର୍ଷ ଭିତରେ ୪ ଲକ୍ଷ ୬୦ ହଜାର କୋଟିର ନୂଆ ପ୍ରକଳ୍ପ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ୧ ହଜାର ୩ଶହ ଷ୍ଟେସନରେ ଉନ୍ନତିକରଣ କାମ ଚାଲିଛି। ଆଗକୁ ରେଲୱେର କାୟାକଳ୍ପ ବଦଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ।