SSC GD Admit Card: ଫେବୃଆରୀ ୪ରୁ ଏସଏସସି ଜିଡି ପରୀକ୍ଷା, ଜାଣନ୍ତୁ କିପରି ଡାଉନଲୋଡ କରିବେ ଆଡମିଟ୍ କାର୍ଡ
ଏସଏସସି ଜିଡି କନଷ୍ଟେବଳ ନିଯୁକ୍ତି ୨୦୨୪ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ , କିପରି କରିବେ ଡାଉନଲୋଡ
ନୂଆଦିଲ୍ଲୀ: ଏସଏସସି ଜିଡି କନଷ୍ଟେବଳ ନିଯୁକ୍ତି ୨୦୨୪ ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ଆଡମିଟ୍ କାର୍ଡ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି ।
ଏସଏସସି ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏସଏସସି ଜିଡି ଆଡମିଟ୍ କାର୍ଡ ଅନଲାଇନରେ ପ୍ରକାଶିତ ହୋଇଛି, ଯେଉଁଠାରୁ ପ୍ରାର୍ଥୀମାନେ ଆବଶ୍ୟକୀୟ ଲଗଇନ୍ ବିବରଣୀ ଏଣ୍ଟର କରି ଏହାକୁ ଡାଉନଲୋଡ୍ କରିପାରିବେ । ଆବେଦନକାରୀମାନଙ୍କୁ କେବଳ ଅନଲାଇନରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପଡିବ, ଆଡମିଟ୍ କାର୍ଡ କୌଣସି ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବରେ ପଠାଯିବ ନାହିଁ ।
ମାତ୍ର ୪ଟି ଷ୍ଟେପରେ ଆଡମିଟ୍ କାର୍ଡ ଡାଉନଲୋଡ୍ :
ଏସଏସସି ଦ୍ୱାରା ସ୍ଥିର କରାଯାଇଥିବା ପରୀକ୍ଷା ତାରିଖ ଅନୁଯାୟୀ, ପରୀକ୍ଷା ତାରିଖର ୪ ଦିନ ପୂର୍ବରୁ ପ୍ରବେଶ ପତ୍ର ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯିବ । ତେଣୁ ପରୀକ୍ଷା ତାରିଖକୁ ଧ୍ୟାନରେ ରଖି, ପ୍ରାର୍ଥୀମାନେ ୪ ଦିନ ପୂର୍ବରୁ ସରକାରୀ ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
କେବଳ ୪ଟି ଷ୍ଟେପ ଅନୁସରଣ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରାଯାଇପାରିବ-
ଏସଏସସି ଜିଡି କନଷ୍ଟେବଲ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ ssc.nic.in ଯାଆନ୍ତୁ ।
ୱେବସାଇଟର ହୋମ ପେଜକୁ ଯାଆନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ ।
ଏବେ ଆପଣଙ୍କୁ ୟୁଜରନେମ୍/ପଞ୍ଜିକରଣ ନମ୍ବର ଏବଂ ପାସୱାର୍ଡ ଦେବାକୁ ପଡିବ ।
ଏହା ପରେ ଆପଣଙ୍କର ଆଡମିଟ୍ କାର୍ଡ ସ୍କ୍ରିନରେ ଖୋଲିବ, ଯେଉଁଠାରୁ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ।
ଏହି ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ, ଯେତେବେଳେ ସେମାନେ ପରୀକ୍ଷା କେନ୍ଦ୍ରକୁ ଯିବେ, ସେମାନେ ସେମାନଙ୍କର ପ୍ରବେଶ ପତ୍ର ଏବଂ ଏକ ବୈଧ ମୂଳ ପରିଚୟ ପତ୍ର (ଆଧାର କାର୍ଡ / ପ୍ୟାନ୍ କାର୍ଡ / ଭୋଟର ପରିଚୟ ପତ୍ର / ଡ୍ରାଇଭିଂ ଲାଇସେନ୍ସ / ପାସପୋର୍ଟ ମଧ୍ୟରୁ ଗୋଟିଏ) ସାଙ୍ଗରେ ରଖିବା ଉଚିତ । ଆଡମିଟ୍ କାର୍ଡ ଓ ଆଇଡି କାର୍ଡ ବିନା ଆପଣଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।