Breaking: ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ, ଯାଜପୁରରେ ବଣ୍ଟାଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

1 କୋଟି ଟପିପାରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ଫେବୃଆରୀ 8 ତାରିଖରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ।

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଫେବୃଆରୀ 8 ତାରିଖରେ ଚତୁର୍ଥ ପର୍ଯାୟ ସୁଭଦ୍ରା ଟଙ୍କା ଦିଆଯିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ପ୍ରଭାତୀ ପରିଡ଼ାଙ୍କ କହିବା ଅନୁସାରେ, ଫେବୃଆରୀ 8 ତାରିଖରେ ସୁଭଦ୍ରା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ଯାଜପୁରରେ କରାଯିବ । ତେବେ ହିତାଧିକାରୀମାନେ 3 ଏବଂ 4 ତାରିଖରେ ବ୍ୟାଙ୍କକୁ ଯାଇ NPCI ଚେକ୍ କରିପାରିବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ଛୋଟ ଛୋଟ ସମସ୍ୟା ରହିଥିଲେ ବ୍ୟାଙ୍କକୁ ଯାଇ ଶୀଘ୍ର ସମାଧାନ କରିବା ପାଇଁ ସେ ହିତାଧିକାରୀଙ୍କୁ ନିବେଦନ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ବଣ୍ଟନ ପରେ ହିତାଧିକାରୀଙ୍କ ଟଙ୍କା ଏକ କୋଟି ଟପିପାରେ ବୋଲି ଆଶା କରାଯାଉଛି । ତେବେ ଲକ୍ଷ୍ୟ ପୂରଣ ହେବାକୁ ଯାଉଥିବା କଥା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଯଦି ଫେବୃଆରୀରେ ବଞ୍ଚିତ ହୁଅନ୍ତି ତେବେ ଏକ ମାସ ସମୟ ରହିଛି । ମାର୍ଚ୍ଚ 8 ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିପାରିଲେ ଟଙ୍କା ପାଇପାରିବେ ବୋଲି ପ୍ରଭାତୀ ପରିଡା କହିଛନ୍ତି ।