Breaking: ସକାଳୁ ସକାଳୁ କୋଣାର୍କରେ ଲାଗିଲା ନିଆଁ, ଜଳିଗଲା ୧୩ ଦୋକାନ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୧୩ଟି ଦୋକାନ ଜଳି ପାଉଁଶ । ହସ୍ତଶିଳ୍ପ ବିକ୍ରି କରୁଥିବା ଉଠା ଦୋକାନରେ ନିଆଁ ଲାଗିଛି ।

ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଲେ ନିଆଁ ଲିଭା କାର୍ଯ୍ୟରେ ଲାଗିପଡ଼ିଛନ୍ତି ଅଗ୍ନିଶମ ବାହୀନି ।

ଭୟାବହ ଅଗ୍ନିକାଣ୍ଡ ଯୋଗୁ ଦେକାନ ପାଖରେ ଥିବା ଟିମ୍ର କାଚ ଭାଙ୍ଗିଯାଇଥିବା ସୂଚନା ।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ନିଆଁ କେଉଁଠୁ କେମିତି ଲାଗିଲା ଜଣାପଡ଼ିନାହିଁ ।
ଦୋକାନଗୁଡ଼ିକ ପାଖକୁ ଲାଗି ଲାଗି ଥିବା କାରଣରୁ ନିଆଁ ସହଜରେ ବ୍ୟାପିଥିବା ଜଣାପଡ଼ିଛି ।

ଚନ୍ଦ୍ରଭାଗା ବୁଡ଼ର ଗୋଟି ଦିନ ପୂର୍ବରୁ ଭଳି ଅଗ୍ନିକାଣ୍ଡ ନିହାତି ଭାବେ ଦୋକାନୀଙ୍କ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଗତକାଲି ସ୍ଥାନୀୟ ଅଞ୍ଚଳରେ କିଛି ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେ ନେଇ କିଛି ଲୋକ ଦୋକାନରେ ଜାଣିଶୁଣି ନିଆଁ ଲଗେଇ ଦେଇଥିବା ଆଶଙ୍କା କରାଯାଉଛି ।