IPL 2025 ପୂର୍ବରୁ ଆହତ ହେଲେ ସଞ୍ଜୁ ସାମସନ, ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା
ଆଇପିଏଲ ୨୦୨୫ ପୂର୍ବରୁ ରାଜସ୍ଥାନ ରୟାଲକୁ ବଡ଼ ଝଟକା..
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପୂର୍ବରୁ ସଞ୍ଜୁ ସାମସନ ଆହତ ହୋଇଛନ୍ତି। ପିଟିଆଇ ମୁତାବକ, ସଞ୍ଜୁ ପାଖାପାଖି ୧.୫ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଏହି ଷ୍ଟାର କ୍ରିକେଟରଙ୍କ ତର୍ଜନୀ ଆଙ୍ଗୁଠି ଫ୍ୟାକ୍ଚର ହୋଇଯାଇଛି।
ସେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପାଞ୍ଚଟି ମ୍ୟାଚର ଟି-୨୦ ସିରିଜର ଶେଷ ମ୍ୟାଚରେ ଆହତ ହୋଇଛନ୍ତି। ଆଇପିଏଲ ୨୦୨୫ ପୂର୍ବରୁ ରାଜସ୍ଥାନ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଛି।
କେରଳ ଟିମକୁ ମଧ୍ୟ ବଡ଼ ଝଟକା: ସଞ୍ଜୁଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜ ପରେ ରଣଜୀ ଟ୍ରଫିରେ କେରଳ ପାଇଁ ଭାଗ ନେବାକୁ ଥିଲା। ହେଲେ ବର୍ତ୍ତମାନ ସେ ଏହି ମୁକାବିଲାରୁ ବାହାରି ପାରନ୍ତି।
ରିପୋର୍ଟ ମୁତାବକ, ସେ ତିରୁବନ୍ତପୁରମକୁ ଫେରିଯାଇଛନ୍ତି। ସଞ୍ଜୁ ନେସନାଲ କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ କରିବା ପରେ ଟ୍ରେନିଂ ଆରମ୍ଭ କରିବେ। ସଞ୍ଜୁଙ୍କୁ ମ୍ୟାଚରେ ପୁନଶ୍ଚ ଫେରିବା ଲାଗି ଏନସିଏର ମଞ୍ଜୁରୀର ଆବଶ୍ୟକ।