ଉତ୍ତରାଖଣ୍ଡ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC, ଜାଣନ୍ତୁ ଡିଟେଲ୍ସ
ୟୁସିସି ଉତ୍ତରାଖଣ୍ଡରେ ଲାଗୁ ହେବା ପରେ ବର୍ତ୍ତମାନ ଏହି ରାଜ୍ୟରେ ଲାଗୁ ହେବ। ଏ ନେଇ ସୁପ୍ରିମକୋର୍ଟର ୫ଜଣ ଅବସରପ୍ରାପ୍ତ ଜଜଙ୍କୁ ନେଇ ସମିତି ଗଠନ କରାଯାଇଛି।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ ବର୍ତ୍ତମାନ ଗୁଜରାଟରେ ମଧ୍ୟ ୟୁସିସିକୁ ଲାଗୁ କରାଯିବା ନେଇ ଖବର ଆସିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ମନ୍ତ୍ରୀ ହର୍ଷ ସଂଘବୀ ଏହି ପ୍ରସଙ୍ଗକୁ ନେଇ ପ୍ରେସ କନଫ୍ରେନ୍ସ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସିଏମ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡକୁ ନେଇ ସମିତିର ଗଠନ କରିଛନ୍ତି। ଏହି ସମିତିରେ ସମସ୍ତ ଧର୍ମ ଗୁରୁଙ୍କ ମତାମତ ନିଆଯିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯିବ।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ଯେ, ଭାରତ ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ହୋଇଛି। ଏଥିରେ ପିଏମ ନରେନ୍ଦ୍ର ମୋଦୀ ଦେଶରେ ନାଗରିକମାନଙ୍କ ସମାନ ହକ୍ ପାଇଁ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ସମସ୍ତ ନାଗରିକମାନଙ୍କୁ ସମାନ ହକ୍ ଦିଗରେ ରାଜ୍ୟ ସରକାର ଆଗକୁ ବଢୁଛନ୍ତି। ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ପାଇଁ ରଞ୍ଜନା ଦେସାଇଙ୍କ ଅଧ୍ୟକ୍ଷତାରେ ସମିତିର ଗଠନ କରାଯାଇଛି। ଏହା ୫ ଜଣିଆ ସମିତି।
ଏଥିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ ରଞ୍ଜନା ମୀଣା, ଆରସି କୋଡଏକର, ଦକ୍ଷେଶ ଠାକର ଏବଂ ଗୀତା ଶ୍ରଫ୍ଙ୍କୁ ରଖାଯାଇଛି।