Breaking: +2 ପରୀକ୍ଷା ନେଇ CHSEର ବଡ଼ ସୂଚନା, ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ହେବ +2 ପରୀକ୍ଷା । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ।

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSEର ବଡ଼ ସୂଚନା । ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ ।

ଚଳିତ ମାସରେ ବୋର୍ଡ ପରୀକ୍ଷା- ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ  +2 ପରୀକ୍ଷା ହେବ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଥିବା  ନେଇ ସୂଚନା ଦିଆଯାଇଛି ।

ସକାଳ 10ରୁ ପରୀକ୍ଷା- ଫେବୃଆରୀ 18 ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ 10ଟାରୁ ଅପରାହ୍ନ 1ଟା  ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି । ମୋଟ 22 ସିଟିଂରେ ପରୀକ୍ଷା ହେବ ।

45 ଦିନ ପରେ ରେଜଲ୍ଟ-  ପ୍ଲସ ୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ । ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବା ନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।ପେପର ଲିକ୍ ଯପରି ନହୁଏ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଖରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା- ବର୍ତ୍ତମାନ ଠାରୁ ଖରା ବୃଦ୍ଧି ପାଉଥିବା ବେଳେ ପରୀକ୍ଷା ହଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଆରଏସ ପାଣି ରଖାଯାଇଥିବା ବେଳେ କୌଣସି ଅପପ୍ରଚାରରେ ପ୍ରଭାବିତ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।