ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁରେ FIR, ଏହି ମାମଲାକୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀ ନିର୍ବାଚନ । ଏହା ପୂର୍ବରୁ ଆଜି ହରିୟାଣାରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି । ଶାହବାଦ ଥାନାରେ ପଞ୍ଜିକୃତ ହୋଇଛି । କେଜ୍ରିଓ୍ବାଲ ହରିୟାଣା ଉପରେ ଯମୁନା ପାଣିରେ ବିଷ ମିଶ୍ରଣ କରିବାର ଅଭିଯୋଗ ଆସିଥିଲା।

ଆଡଭୋକେଟ୍ ଜଗମୋହନ ମନଚନ୍ଦା ନାମକ ଜଣେ ବ୍ୟକ୍ତି ଏହି ଏଫଆଇଆର ଦାୟର କରିଛନ୍ତି । ଜଗମୋହନ ମନଚନ୍ଦା କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ, ତାଙ୍କ ବକ୍ତବ୍ୟକୁ ଦଳୀୟ ରାଜନୀତି ବୋଲି କହିଥିଲେ । ଏହା ପରେ କେଜ୍ରିୱାଲଙ୍କ ବିରୋଧରେ BNS ଧାରା 192, 196(1), 197(1), 248(a), 299 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଯମୁନା ନଦୀ ସମ୍ପର୍କରେ ଦେଇଥିଲେ ବୟାନ- ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ । କେଜ୍ରିଓ୍ବାଲ କହିଥିଲେ, ଲୋକମାନଙ୍କୁ ପାଣିରୁ ବଞ୍ଚିତ କରିବା ଠାରୁ ବଡ଼ ପାପ ଆଉ କିଛି ନାହିଁ ।

ବିଜେପି ତାର ମଇଳା ରାଜନୀତି ଦ୍ୱାରା ଦିଲ୍ଲୀର ଲୋକମାନଙ୍କୁ ତୃଷାର୍ତ୍ତ ରଖିବାକୁ ଚାହୁଁଛି । ସେମାନେ ହରିୟାଣାରୁ ପଠାଯାଉଥିବା ପାଣିରେ ବିଷ ମିଶାଉଛନ୍ତି ।

କେଜରିୱାଲ ଆହୁରି କହିଛନ୍ତି, ‘ଏହି ପ୍ରଦୂଷିତ ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ଥିବା ଜଳ ବିଶୋଧନ ପ୍ଲାଣ୍ଟ ସାହାଯ୍ୟରେ ବିଶୋଧନ କରାଯାଇପାରିବ ନାହିଁ।’ ବିଜେପି ଦିଲ୍ଲୀବାସୀଙ୍କ ଗଣହତ୍ୟା କରିବାକୁ ଚାହୁଁଛି। କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ।’