୬ ଆନ୍ତଜିଲ୍ଲା ଡକାୟତ ଗିରଫ, ୩ଟି ପିକଅପ୍ ଭ୍ୟାନ ସହ ଗୋଟିଏ ବୋଲେରୋ ଜବତ

ଧର୍ମଶାଳା: ବାଲିଚନ୍ଦ୍ରପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଛଅ ଜଣ ଆନ୍ତଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ପୋଲିସ ।

ତିନୋଟି ପିକଅପ୍ ଭ୍ୟାନ୍ ସହ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ । ପୁରୀ, ପିପିଲି ଏବଂ ଜଗତସିଂହପୁରର ବିଭିନ୍ନ ଥାନାରେ ଗିରଫ ଅଭିଯୁକ୍ତଙ୍କ ନାଁରେ ଅନେକ ମାମଲା ରହିଛି ।

ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପ୍ରେସମିଟରେ ଯାଜପୁର ରୋଡ୍ ଏସଡିପିଓ ସୂଚନା ଦେଇଛନ୍ତି ।