ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପ୍ରୟାଗରାଜକୁ ଚାଲିବ ମାଗଣା ଟ୍ରେନ
ଆପଣ ପ୍ରୟାଗରାଜର ପବିତ୍ର ଭୂମିରେ ପାଦ ଦେବାକୁ ଚାହୁଁଛନ୍ତି କି? ତାହାଲେ ଏବେ ବାହାରି ପଡ଼ନ୍ତୁ। କାରଣ ଏହି ରାଜ୍ୟ ସରକାର ଫ୍ରି ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏଣିକି ବିନା ଟଙ୍କା ଖର୍ଚ୍ଚରେ ପ୍ରୟାଗରାଜ ଯାଇପାରିବେ ଶ୍ରଦ୍ଧାଳୁ।
ଉତ୍ତରପ୍ରଦେଶ: ଶ୍ରଦ୍ଧାଳୁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ରାଜ୍ୟରୁ କୁମ୍ଭମେଳାକୁ ଚାଲିବ ମାଗଣା ଟ୍ରେନ। ଯିଏ ଚାହିଁବେ ଯାଇ ପାରିବେ। ବିନା ଟିକେଟରେ ପ୍ରୟାଗରାଜର ପବିତ୍ର ଭୂମିରେ ପହଞ୍ଚି ପାରିବେ।
ଏନେଇ ଏହି ରାଜ୍ୟ ସରକାର ଫ୍ରି ଟ୍ରେନର ବ୍ୟବସ୍ଥା କରିଛନ୍ତି। ଶ୍ରଦ୍ଧାଳୁଙ୍କ ମନ ଜାଣି ସରକାର ବର ଦେଇଛନ୍ତି। ଆଉ ମହାକୁମ୍ଭ ଭଳି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର ସୁଯୋଗ ଦେଇଛନ୍ତି।
କେଉଁ ରାଜ୍ୟରୁ ଗଡ଼ିବ ଟ୍ରେନ: ତେବେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ତାଲିଥିବା ମହାକୁମ୍ଭ ମେଳାରେ କାହାର ବା ଇଚ୍ଛା ନଥାଏ ବୁଡ଼ ପକାଇବା ପାଇଁ। ଏଥିପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥାନ୍ତି।
ଆଉ ଏମିତିରେ ବି ଏଥର ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ମେଳାର ଆୟୋଜନ କରାଯାଇଛି। ଏହି ମେଳାକୁ ଯିବା ପାଇଁ ସମସ୍ତଙ୍କର ଇଚ୍ଛା। ପବିତ୍ର ଭୂମିରେ ପାଦ ଦେଇ କୋଟି କୋଟି ପୂର୍ଣ୍ଣ୍ୟ ଅର୍ଜନ କରିବା ପାଇଁ ସମସ୍ତଙ୍କର ଇଚ୍ଛା।
ହେଲେ ଏଥିପାଇଁ ଅନେକାଂଶରେ ଅର୍ଥ ବାଧକ ସାଜିଥାଏ। ପାଖରେ ଟଙ୍କା ନଥିବାରୁ ଗାଡି ଭଡ଼ା କରି ଯାଇପାରନ୍ତି ନାହିଁ ଅନେକ ଶ୍ରଦ୍ଧାଳୁ। ହେଲେ ଗୋଆର ରାଜ୍ୟ ସରକାର ନିଜ ରାଜ୍ୟବାସୀଙ୍କ ମନକଥା ବୁଝି ପାରିଛନ୍ତି। ଆଉ ଗୋଆରୁ ଫ୍ରି ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି।
କେବେଠୁ ଗଡ଼ିବ ଟ୍ରେନ: ଏହି ସ୍ୱତନ୍ତ୍ର ଟ୍ରେନ କେବେ ଗଡିବ ସେନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ରହିଛି। ଏଠି ଆମେ କହି ରଖିବା ପାଇଁ ଚାହିଁବୁ କି ମହାକୁମ୍ଭ ପାଇଁ ସ୍ୱତନ୍ତ୍ର ଟ୍ରେନ ଫେବୃଆରୀ ୬ ତାରିଖରୁ ଗୋଆରୁ ଗଡିବ।
ଗୋଆର ମାଡଗାଓଁ ଷ୍ଟେସନରୁ ପ୍ରୟାଗରାଜକୁ ତିନୋଟି ସ୍ୱତନ୍ତ୍ର ଟ୍ରେନ ଗଡ଼ିବା ନେଇ ଗୋଆ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇପାରିବେ। ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି।
କେତେବେଳେ ଚାଲିବ ଟ୍ରେନ: ଏହି ତିନୋଟି ସ୍ୱତନ୍ତ୍ର ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନ ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୬ ତାରିଖ ସକାଳ ୮ଟାରେ ଗୋଆରୁ ପ୍ରୟାଗରାଜ ଅଭିମୁଖେ ବାହାରିବ।
ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଯଥାକ୍ରମେ ୧୩ ଏବଂ ୨୧ ଫେବୃଆରୀରେ ମାଡଗାଓଁରୁ ପ୍ରୟାଗରାଜକୁ ଚଳାଚଳ କରିବ। ପ୍ରତ୍ୟେକ ଟ୍ରେନ୍ କେବଳ ଗୋଆ ଏବଂ ପ୍ରୟାଗରାଜ ମଧ୍ୟରେ ଚଳାଚଳ କରିବ ଏବଂ ଏହି ଟ୍ରେନ୍ରେ ପ୍ରାୟ ୧,୦୦୦ ଶ୍ରଦ୍ଧାଳୁ ଯାତ୍ରା କରିପାରିବେ।