ପ୍ରତ୍ୟେକ କ୍ରୟ ଉପରେ ରିଓ୍ବାର୍ଡ କିମ୍ବା କ୍ୟାସବ୍ୟାକ୍ ଚାହୁଁଛନ୍ତି କି ? ତେବେ ବାଛନ୍ତୁ ଏହି କ୍ରେଡିଟ୍ କାର୍ଡ
ଯଦି ଆପଣ କ୍ୟାବ ଦ୍ୱାରା ଅଧିକ ଯାତ୍ରା କରୁଛନ୍ତି, ତେବେ ଏହି କାର୍ଡ ଦେବ ଅଧିକ ରିଓ୍ବାର୍ଡ
ଏକ କ୍ରେଡିଟ୍ କାର୍ଡ ନେବାବେଳେ, ନିଜର ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ସବୁବେଳେ ଏକ ବ୍ରାଣ୍ଡର ଆଉଟଲେଟ୍ ରେ ସପିଂ କରନ୍ତି, ତେବେ ଏପରି କ୍ରେଡିଟ୍ କାର୍ଡ ବାଛନ୍ତୁ ଯାହା ପ୍ରତ୍ୟେକ କ୍ରୟ ଉପରେ ରିଓ୍ବାର୍ଡ କିମ୍ବା କ୍ୟାସବ୍ୟାକ୍ ପ୍ରଦାନ କରେ । ସେହିଭଳି, ଯଦି ଆପଣ କ୍ୟାବ ଦ୍ୱାରା ଅଧିକ ଯାତାୟତ କରୁଛନ୍ତି, ତେବେ ଏପରି ଏକ କାର୍ଡ ବାଛିବେ ରିଓ୍ବାର୍ଡ ପ୍ରଦାନ କରିବ ।
ଓଲା ମନି ଏସବିଆଇ କ୍ରେଡିଟ୍ କାର୍ଡ ମଧ୍ୟ କିଛି ସେହିପରି । ଓଲା ଏସବିଆଇ କାର୍ଡ ସହଭାଗିତାରେ ଲଞ୍ଚ କରିଛି । ଏହି କାର୍ଡ ଓଲାର ପ୍ରତ୍ୟେକ ରାଇଡ୍ ରେ ୭ପ୍ରତିଶତ ପର୍ଯ୍ୟନ୍ତ ରିଓ୍ବାର୍ଡ ପ୍ରଦାନ କରିଥାଏ । ଆପଣ ଏହି ଆନ୍ତର୍ଜାତୀୟ କ୍ରେଡିଟ୍ କାର୍ଡକୁ ସାରା ବିଶ୍ୱରେ ୨୪ମିଲିୟନରୁ ଅଧିକ ଆଉଟଲେଟ୍ ରେ ବ୍ୟବହାର କରିପାରିବେ । ଅର୍ଥାତ୍ ଯଦି କୌଣସି ଷ୍ଟୋର ଦେୟ ପାଇଁ ଭିସା କିମ୍ବା ମାଷ୍ଟରକାର୍ଡ ଗ୍ରହଣ କରେ, ତେବେ ଆପଣ ସେଠାରେ ଏହି କାର୍ଡ ବ୍ୟବହାର ମଧ୍ୟ କରି ପାରିବେ ।
ଏହା ସହିତ ଆପଣ କାର୍ଡ ଦ୍ବାରା ସହଜରେ ବିଲ୍ ପେ ସୁବିଧା କରି ପାରିବେ । ସହଜରେ ବିଦ୍ୟୁତ୍, ମୋବାଇଲ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ବିଲ୍ ପୈଇଠ କରିପାରିବେ । ଏହି କାର୍ଡରେ ପ୍ରଥମ ବର୍ଷ ପାଇଁ ବାର୍ଷିକ ଶୁଳ୍କ ନାହିଁ । କିନ୍ତୁ ଦ୍ୱିତୀୟ ବର୍ଷରୁ ଏହାକୁ ନବୀକରଣ କରିବାକୁ ହେଲେ ଆପଣଙ୍କୁ ୪୯୯ ଟଙ୍କା ଦେବାକୁ ପଡିବ । ଯଦି କେହି ବର୍ଷକ ମଧ୍ୟରେ କାର୍ଡ ମାଧ୍ୟମରେ ଏକ ଲକ୍ଷ କିମ୍ବା ତା’ଠାରୁ ଅଧିକ ଦେୟ ଦିଅନ୍ତି, ତେବେ ନବୀକରଣ ଶୁଳ୍କ ରିଭର୍ସ ହେଇଯିବ ।
କାର୍ଡରୁ ସମସ୍ତ ଖର୍ଚ୍ଚରେ ଏକ ପ୍ରତିଶତ ରିଓ୍ବାର୍ଡ ମିଳେ । ରିଓ୍ବାର୍ଡ ପଏଣ୍ଟଗୁଡିକ ଓଲା ମନି ୱାଲେଟରେ କ୍ରେଡିଟ୍ ହୁଏ, ଯେଉଁଠାରେ ଗୋଟିଏ ରିଓ୍ବାର୍ଡ ପଏଣ୍ଟ ଏକ ଟଙ୍କା ସହିତ ସମାନ । ଏହା ବ୍ୟତୀତ ଆପଣ ଦେଶର ଯେକୌଣସି ଇନ୍ଧନ ଷ୍ଟେସନରେ ଏହି କାର୍ଡ ଉପରେ ଏକ ପ୍ରତିଶତ ଅଧିକ ରିହାତି ପାଇପାରିବେ । କାର୍ଡଧାରୀମାନେ ମଧ୍ୟ ୧% ପର୍ଯ୍ୟନ୍ତ ଇନ୍ଧନ ସରଚାର୍ଜ ରିହାତି ପାଇବେ, ଯାହା ଷ୍ଟେଟମେଣ୍ଟ ପିରିୟଡରେ ସର୍ବାଧିକ ୧00 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ ।
ସେହିପରି କୋଟାକ୍ ଡେଲାଇଟ୍ ପ୍ଲାଟିନମ୍ କ୍ରେଡିଟ୍ କାର୍ଡ ମଧ୍ୟ ଅଛି, ଯାହା ମୁଭି ଉପରେ ୧୦% ପର୍ୟ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରିଥାଏ । କାର୍ଡ ଆକ୍ଟିଭ ଶୁଳ୍କ ହେଉଛି ୧,୯୯୯ ଟଙ୍କା ।
ଯଦି ଆପଣ ମୁଭି ପ୍ରିୟ ତେବେ ପିଭିଆର କୋଟାକ୍ ଗୋଲ୍ଡ କ୍ରେଡିଟ୍ କାର୍ଡ ସର୍ବୋତ୍ତମ ହେବ । ଯାହା ଆପଣଙ୍କୁ ମୁଭି ଟିକେଟରେ ୫% କ୍ୟାସବ୍ୟାକ୍ ଦେଇଥାଏ । ଯଦି ଆପଣ ଏହି କାର୍ଡରେ ଏକ ମାସରେ ୧୦,୦୦୦ କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ କରନ୍ତି, ତେବେ ଆପଣ ଗୋଟିଏ ପିଭିଆର ମୁଭି ଟିକେଟ୍ ପାଇବାର ସୁଯୋଗ ମିଳିବ ଏବଂ ପନ୍ଦର ହଜାର ରୁ ଅଧିକ ଖର୍ଚ୍ଚରେ ଦୁଇଟି ଟିକେଟ୍ ଜିତିବାର ସୁଯୋଗ ପାଇବେ ।
ଏହା ସହିତ କୋଟାକ୍ ଏସେଣ୍ଟିଆ ପ୍ଲାଟିନମ୍ କ୍ରେଡିଟ୍ କାର୍ଡ ଡିପାର୍ଟମେଣ୍ଟଲ ଷ୍ଟୋରରେ ଶହେ ଟଙ୍କା ମୂଲ୍ୟର ସପିଂ ଉପରେ ଆପଣ ଦଶ ରିଓ୍ବାର୍ଡ ପଏଣ୍ଟ ପାଇବେ । ଯେକୌଣସି ବର୍ଗରେ ୨୫୦ଟଙ୍କା ଖର୍ଚ୍ଚରେ ଆପଣ ଗୋଟିଏ ରିଓ୍ବାର୍ଡ ପଏଣ୍ଟ ପାଇବେ । କେବଳ ଏତିକି ନୁହେଁ, ଆପଣ ପ୍ରତି ଛଅ ମାସରେ ୧.୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧,୨୦୦ ରିଓ୍ବାର୍ଡ ପଏଣ୍ଟ କିମ୍ବା ଛଅଟି ପିଭିଆର ଚଳଚ୍ଚିତ୍ର ଟିକେଟ ପାଇପାରିବେ ।