ହସିନାଙ୍କ ବାପା ମୁଜିବୁର ରହମାନଙ୍କ ଘର ଜାଳିଲେ ବିକ୍ଷୋଭକାରୀ, ଆୱାମୀ ଲିଗ୍ ବ୍ୟାନ୍ ଦାବି

ପୁଣି ବାଂଲାଦେଶରେ ହିଂସା । ଶେଖ୍ ମୁଜିବୁର ରହମାନଙ୍କ ଘରେ ଭଙ୍ଗାରୁଜା କରିବା ପରେ ନିଆଁ ଜାଳିଲେ ବିକ୍ଷୋଭକାରୀ ।

ଢାକା: ବାଂଲାଦେଶ ସଂସ୍ଥାପକ ଶେଖ୍ ମୁଜିବୁର ରହମାନଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ ।

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଅନଲାଇନ୍ ବିବାଦୀୟ ଭାଷଣକୁ ନେଇ ତୁମୁଳକାଣ୍ଡ ଘଟିଥିଲା ।

ବୁଧବାର ଶେଖ୍ ହସିନାଙ୍କ ବାପା ମୁଜିବୁର ରହମାନଙ୍କ ଢାକା ସ୍ଥିତ ଧାନମୋଣ୍ଡି ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ ।

ଭିକ୍ଷୋଭକାରୀଙ୍କ ଦାବି: ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ବ୍ୟାନ୍ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ ।

କହିରଖୁଛୁ ଗତ ବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଥିଲେ ଶେଖ୍ ହସିନା ।

ହିଂସାର କାରଣ: ଗୁରୁବାର ଆୱାମୀ ଲିଗ୍ ଏହାର ନେତା ଏବଂ କର୍ମୀଙ୍କୁ ଏକଜୁଟ୍ ହୋଇ ପ୍ରତିବାଦ କରିବା ପାଇଁ ଅପିଲ କରିଥିଲେ ।

ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଆୱାମୀ ଲିଗ୍ ନେତା ଏବଂ କର୍ମୀଙ୍କ ଉପରେ ହିଂସା ପ୍ରତିବାଦରେ ଏହି ପ୍ରତିବାଦ ହୋଇଥାନ୍ତା ।

କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଛାତ୍ର ସଂଗଠନର ବିରୋଧ ପ୍ରଦର୍ଶନ ଦେଖାଦେଇଥିଲା ।

କ’ଣ କହିଲେ ହସିନା: ଶେଖ୍ ହସିନାଙ୍କ ଭାଷଣ ଛାତ୍ର ସଂଗଠନ ଦ୍ୱାରା ଆୟୋଜିତ ହୋଇଥିଲା(ଯାହା ବର୍ତ୍ତମାନ ବିଳୟ ହୋଇଥିବା ଆୱାମୀ ଲିଗର ଛାତ୍ର ସଂଗଠନ) ।

ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଦେଶବାସୀଙ୍କୁ ବର୍ତ୍ତମାନର ଶାସନ ବିରୁଦ୍ଧରେ ଏକ ସଂଗଠିତ ପ୍ରତିରୋଧ ଆରମ୍ଭ କରିବାକୁ ଆହ୍ୱାନ କରିଥିଲେ। ‘ଲକ୍ଷ ଲକ୍ଷ ସହିଦଙ୍କ ଜୀବନ ଦେଇ ଆମେ ଯେଉଁ ଜାତୀୟ ପତାକା, ସମ୍ବିଧାନ ଏବଂ ସ୍ୱାଧୀନତା ଅର୍ଜନ କରିଛୁ, ତାହାକୁ ବୁଲଡୋଜର ମାଧ୍ୟମରେ ନଷ୍ଟ କରିଦେବା ପାଇଁ ସେମାନଙ୍କ ପାଖରେ ଏତେ ଶକ୍ତି ନାହିଁ ।

ସେମାନେ କୋଠାକୁ ଭାଙ୍ଗି ପାରିବେ କିନ୍ତୁ ଇତିହାସକୁ ନୁହେଁ… କିନ୍ତୁ ସେମାନଙ୍କୁ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ,’ ୟୁନୁସଙ୍କ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ହସିନା।