(Video) ସମସ୍ତ ଦିବ୍ୟାଙ୍ଗ ଝିଅଙ୍କ ବିବାହରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବ ଅଦାନୀ ଗ୍ରୁପ, ସୂଚନା ଦେଲେ ଗୌତମ ଅଦାନୀ
ଗୌତମ ଅଦାନୀଙ୍କ ପୁଅ-ବହୂ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିବ୍ୟାଙ୍ଗ ଝିଅଙ୍କ ବିବାହରେ ଖର୍ଚ୍ଚ କରିବେ ଲକ୍ଷ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଏକ ବଡ଼ ନିଷ୍ପତ୍ତି ନେଇଛି। ଅଦାନୀ ଗ୍ରୁପ ଏଥର ଦିବ୍ୟାଙ୍ଗଙ୍କ ବିବାହର ସଂକଳ୍ପ ନେଇଛି ଏବଂ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ନିଜେ ଏହି ସୂଚନା ଦେଇଛନ୍ତି।
ଗୌତମ ଅଦାନୀ କହିଛନ୍ତି ଯେ, ତାଙ୍କ ପୁଅ ଜୀତ ଏବଂ ବୋହୂ ଦିଭା ଏକ ପୁଣ୍ୟ ସଂକଳ୍ପ ସହ ନିଜର ବୈବାହିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଜୀତ ଏବଂ ଦିଭା ପ୍ରତି ବର୍ଷ ୫୦୦ ଦିବ୍ୟାଙ୍ଗ ଝିଅମାନଙ୍କ ବିବାହରେ ପ୍ରତ୍ୟେକ ଝିଅଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ‘ମଙ୍ଗଳ ସେବା’ ସଂକଳ୍ପ ନେଇଛନ୍ତି।
ଜୀତ ଅଦାନୀ ଏବଂ ଦିଭା ନେଲେ ମଙ୍ଗଳ ସେବାର ସଂକଳ୍ପ: ଗୌତମ ଅଦାନୀ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏହାର ସଂପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଏହା ବହୁତ ଖୁସର ବିଷୟ କାରଣ, ମୋ ପୁଅ ଜୀତ ଏବଂ ବୋହୂ ଦିଭା ନିଜର ବୈବାହିକ ଜୀବନର ଆରମ୍ଭ ଏକ ପୁଣ୍ୟ ସଂକଳ୍ପରେ କରୁଛନ୍ତି।
ଜୀତ ଏବଂ ଦିଭା ପ୍ରତି ବର୍ଷ ୫୦୦ ଦିବ୍ୟାଙ୍ଗ ଭଉଣୀଙ୍କ ବିବାହ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରି ‘ମଙ୍ଗଳ ସେବା’ର ସଂକଳ୍ପ ନେଇଛନ୍ତି। ଏହା ଜଣେ ବାପା ଭାବେ ମୋତେ ସନ୍ତୋଷ ଏବଂ ସୌଭାଗ୍ୟର ବିଷୟ। ଏହା ଦିବ୍ୟାଙ୍ଗ ଭଉଣୀଙ୍କ ପରିବାରକୁ ଜୀବନର ସୁଖ, ଶାନ୍ତି ଏବଂ ସମ୍ମାନରେ ଆଗକୁ ବଢିବ ବୋଲି ମୋର ଆଶା।
यह अत्यंत हर्ष का विषय है कि मेरा बेटा जीत और बहू दिवा अपने वैवाहिक जीवन की शुरुआत एक पुण्य संकल्प से कर रहे हैं।
जीत और दिवा ने प्रति वर्ष 500 दिव्यांग बहनों के विवाह में प्रत्येक बहन के लिए 10 लाख का आर्थिक सहयोग कर ‘मंगल सेवा’ का संकल्प लिया है।
एक पिता के रूप में यह ‘मंगल… pic.twitter.com/tKuW2zPCUE
— Gautam Adani (@gautam_adani) February 5, 2025