ଦିଲ୍ଲୀରେ ଯଦି AAP ଏବଂ ବିଜେପି ସମାନ ସିଟ୍ ଜିତନ୍ତି, ତେବେ କିପରି ଗଠନ ହେବ ସରକାର, ଜାଣନ୍ତୁ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯଦି ଦୁଇ ପାର୍ଟୀକୁ ସମାନ ସମାନ ସିଟ୍ ମିଳେ ତେବେ କିଏ ଗଢିବ ସରକାର, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ୨୦୨୫ ନିର୍ବାଚନରେ ୫ ଫେବୃଆରୀରେ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ସରିଛି। ଦିଲ୍ଲୀର କୋଟି କୋଟି ଭୋଟର ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିସାରିଛନ୍ତି।

ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ଯଦି ଆମେ ଏଗଜିଟ ପୋଲ କଥା ଆଲୋଚନା କରିବା, ତେବେ କିଛି ଏଗଜିଟ୍ ପୋଲ କହୁଛି ଯେ, ବିଜେପି ଶାସନ କ୍ଷମତାକୁ ଆସିବ। ସେହିପରି ଅନେକ ଏଗଜିଟ ପୋଲ କହୁଛି, ଆପ୍ ତୃତୀୟ ଥର ପାଇଁ ସରକାର ଗଠନ କରିବ।

ଯଦି ବିଜେପି ଏବଂ ଆପ୍‌କୁ ବରାବର ଆସନ ମିଳେ ତେବେ କିପରି ଗଠନ ହେବ ସରକାର ଜାଣନ୍ତୁ..

ବରାବର ସିଟ୍ ମିଳିଲେ: ବିଧାନସଭାରେ ସମୁଦାୟ ୭୦ ସିଟ୍‌। ସରକାର ଗଠନ ପାଇଁ ଯେକୌଣସି ପାର୍ଟୀକୁ ୩୬ଟି ସିଟ ଆବଶ୍ୟକ। ଏଗଜିଟ ପୋଲ ମୁତାବକ, କଂଗ୍ରେସର ଖାତା ଦିଲ୍ଲୀରେ ଖୋଲିବ ନାହିଁ।

ଏଥିରେ ବିଜେପି ଏବଂ ଆମ୍ ଆଦମୀ ପାର୍ଟୀ ନଜର ଆସୁଛନ୍ତି। ତେବେ ଯଦି ଏହି ଦୁଇଟି ଦଳକୁ ୩୫-୩୫ଟି ଆସନ ମିଳିଲା ତେବେ ଏଭଳି ପରିସ୍ଥିତିରେ କିଏ ଗଢିବ ସରକାର।

ମେଣ୍ଟ ସରକାର: ଯଦି ଏପରି ହେବ ବିଜେପି ୩୪ଟି ସିଟ, ଆପ୍ ୩୪ ସିଟ୍ ଏବଂ କଂଗ୍ରେସ ଦୁଇଟି ସିଟ୍ ହାସ ଲ କରିଛି ତେବେ ସବୁଠୁ ସହଜ ଏବଂ ବିକଳ୍ପ ପ୍ରକ୍ରିୟା ହେଉଛି, ମେଣ୍ଟ ସରକାର।

ଯେମିତି କି ଯଦି ଆମ ଆଦମୀ ପାର୍ଟୀକୁ ବହୁମତ ପାଇଁ କିଛି ସିଟ୍ ଆବଶ୍ୟକ, ତେବେ କଂଗ୍ରେସ ବା ଅନ୍ୟ ଦଳ ସହ ସେ ହାତ ମିଶାଇ ପାରିବ। ଏଥିରେ ମେଣ୍ଟ ସରକାର ସମ୍ବବପର ହେବ।

ଯଦି ଦୁଇ ଦଳକୁ ୩୫-୩୫ ବରାବର ଆସନ ମିଳେ ତେବେ ଏହା କାଠିକର ପାଠ ହୋଇଯିବ। କାରଣ ଆମ୍ ଆଦମୀ ପାର୍ଟୀ ଏବଂ ବିଜେପି ଦୁହେଁ ସରକାର ଗଠନ କରିବାର ଜୋଶରେ ଅଛନ୍ତି।