BREAKING: TOP ୫ ରାଜ୍ୟ ତାଲିକାରେ ରହିବ ଓଡ଼ିଶା… ଷୋଡ଼ଶ କମିଶନଙ୍କ ନିକଟରେ ୧୨,୫୯,୧୪୮ କୋଟି ଦାବି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ । କମିଶନଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୧୨,୫୯,୧୪୮ କୋଟିର ଦାବି ରଖିଲେ ସରକାର । ଆଗାମୀ ୫ ବର୍ଷ ପାଇଁ କମିଶନଙ୍କ ନିକଟରେ ରଖିଲେ ଦାବି । କେନ୍ଦ୍ରୀୟ ଟିକସ ଆୟରୁ ରାଜ୍ୟକୁ ୪୧% ମିଳୁଥିଲା । ଏହାକୁ ୫୦% ବୃଦ୍ଧି କରିବାକୁ ଦାବି କରାଯାଇଛି ।
ଏସଡିଆରଏଫର ବାର୍ଷିକ ଅନୁଦାନ କେନ୍ଦ୍ରରେ ବୃଦ୍ଧି ଦାବି କରାଯାଇଛି । କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଦେଇଥାଏ । ୭୫%କୁ ୧୦୦% କରିବା ପାଇଁ ଦାବି କରାଯାଇଛି ।
ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ଏମଏସଏମଇକୁ ଫୋକସରେ ରଖାଯାଇଛି । ଏଥିସହ ଭାରତର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ସାମିଲ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ହେଲା ଆଲୋଚନା: ଫେବୃଆରୀ 4 ରୁ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଆଜି ଓଡିଶା ସରକାରଙ୍କ ସହ କମିଶନଙ୍କ ସହ ଆଲୋଚନା ହେଲା । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି । କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।
ରଖାଗଲା ଦାବି: 2036 ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅର୍ଥ କମିଶନଙ୍କ ନିକଟରେ ବିକଶିତ ଓଡି଼ଶାର ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ମୌଖିକ ଓ ଲିଖିତ ଭାବେ ଦିଆଯାଇଛି। ଆସନ୍ତା 5 ବର୍ଷର ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିଛ୍ଛନ୍ତି । ଆର୍ଥିକବର୍ଷ 2026-2031 ପର୍ଯ୍ୟନ୍ତ ରାଜ୍ୟର ଯୋଜନା, ଆବଶ୍ୟକ ଅର୍ଥ ବାବଦରେ ଆଲୋଚନା ହୋଇଛି ।