ଲୋକଙ୍କୁ ଡରୁନି… ଆଠଗଡ଼ ବନଖଣ୍ଡ ରାସ୍ତାରେ ଖୋଲାମେଲା ବୁଲୁଛି କଲରାପତରିଆ

ତିଗିରିଆଠାରୁ ବଡ଼ମ୍ବା, ନରସିଂହପୁର ଏବଂ ହିନ୍ଦୋଳରେ ବୁଲୁଛି ବାଘ । ବାଘ ଦେଖି ସ୍ଥାନୀୟ ଲୋକେ ଛାନିଆ ।

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ନରସିଂହପୁର ଇଷ୍ଟ ରେଞ୍ଜ ରାସ୍ତାରେ ଖୁଲମଖୁଲା ବୁଲୁଛି କଲରାପତରିଆ । ବାଘ ବିନା ଭୟରେ ଜନଗହଳି ରାସ୍ତାରେ ବୁଲିଥିବା ଦେଖିବାକୁ ମିଳିଛି ।

ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ବାଘ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ବାଘର ଗତିବିଧି ଉପରେ ବନବିଭାଗ ନଜର ରଖିଥିବା କହିଛି ।

ତିଗିରିଆଠାରୁ ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ ପର୍ଯ୍ୟନ୍ତ ବାଘ ବୁଲୁଥିବାର ଦେଖିବାକୁ ମିଳିିଥିବା ସ୍ଥାନୀୟ ଲୋକେ ଏବଂ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଗଠଡ଼ ବନଖଣ୍ଡରେ ମୋଟ ୩ରୁ ୪ଟି କଲରାପତରିଆ ବାଘ ଥିବା ସୂଚନା । ସେମାନେ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ଜଣାପଡ଼ିଛି ।