ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର : ଏହି ଶସ୍ତା ପ୍ଲାନରେ ୨୮ ଦିନ ପାଇଁ ମିଳିବ ଡାଟା, କଲିଙ୍ଗ୍‌ ଓ SMS ସୁବିଧା

ପୁଣି ଆସିଗଲା ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌ ; ମାତ୍ର ଏତିକି ଟଙ୍କାରେ ମିଳିବ ଡାଟା ସହ ଏସବୁ ସୁବିଧା

ନୂଆଦିଲ୍ଲୀ : ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛି ଏକ ଖୁସି ଖବର । ନିକଟରେ କମ୍ପାନୀ ନିଜର କିଛି ନୂଆ ରିଚାର୍ଜ ପ୍ଲାନ୍‌ ଆଣିବା ସହ କିଛି ପ୍ଲାନ୍‌ରେ ପରିବର୍ତ୍ତନ ମଧ୍ୟ କରିଛି । କମ୍ପାନୀ ୨ଟି ନୂଆ ପ୍ଲାନ୍‌କୁ ଲଞ୍ଚ କରିଛି । ଏଥିରେ ଅସୀମିତ କଲିଙ୍ଗ୍‌, ଏସଏମଏସ୍‌ ସୁବିଧା ସହ ଆସିଛି । ଏହାସହ କମ୍ପାନୀ ୧୮୯ ଟଙ୍କାର ପ୍ଲାନ୍‌ ସହ ପୁଣି ଥରେ ଯୋଡି ହୋଇଛି ।

ଯେଉଁମାନେ ୨୮ ଦିନ ପାଇଁ ଡାଟା, କଲିଙ୍ଗ୍‌ ଓ ଏସଏମଏସ୍‌ ସୁବିଧା ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଖୁବ୍‌ ଖାସ୍‌ ଓ ଏକ ଉତ୍ତମ ବିକଳ୍ପ ମଧ୍ୟ ।

ଏହି ପ୍ଲାନ୍‌ରେ ଆପଣଙ୍କୁ ୨ ଜିବି ଡାଟା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ୩୦୦ ଏସଏମଏସ୍‌ର ସୁବିଧା ମଧ୍ୟ ମିଳିବ । ଏହାବ୍ୟତୀତ ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ର ମଜା ମିଳିବ । ଯଦି ଆପଣ ଜିଓ ସିନେମାର ପ୍ରିମିୟମ ପ୍ଲାନ୍‌ ଚାହୁଁଛନ୍ତି, ତେବେ ଆଉ ୨୯ ଟଙ୍କାର ଅତିରିକ୍ତ ପ୍ରତି ମାସରେ ଖର୍ଚ୍ଚ କରିବାକୁ ପଡିବ ।

ଏହି ପ୍ଲାନ୍‌ ବ୍ୟତୀତ ୪୪୮ ଓ ୧୭୪୮ ଟଙ୍କା ଆଉ ୨ଟି ପ୍ଲାନ୍‌ ମଧ୍ୟ ରହିଛି, ଯେଉଁଥିରେ କଲିଙ୍ଗ୍‌ ସହ ଏସଏମଏସ୍‌ ସୁବିଧା ମଧ୍ୟ ରହିଛି ।